ଆଦିବାସୀ ଯୁବତୀଙ୍କ ନିଆରା ପ୍ରୟାସ

ବାଂଶପାଳ, (ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱକୁ କବଳିତ କରିଛି ମହାମାରୀ କରୋନା । ଲକଡାଉନ ଫଳରେ ଚକଅଖ ସବୁ ବନ୍ଦ । ଇତିମଧ୍ୟରେ ବର୍ତ୍ତମାନ ସୁଦ୍ଧା କିଛି ମାତ୍ରାରେ କଟକଣା କୋହଳ କରାଯାଇଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଲକଡାଉନ କୋହଳ ହୋଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ଖୋଲି ନ ଥିବାରୁ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଅନଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହି ଅନଲାଇନ କ୍ଲାସ ସହରରେ ସମ୍ଭବ ହେଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲ ଘେରା ଗ୍ରାମଗୁଡ଼ିକରେ ଏହା ଫେଲ ମାରିଛି । ଗରିବ, ଅର୍ଦ୍ଧଶିକ୍ଷିତ ଗ୍ରାମବାସୀ ସେମାନଙ୍କ ପିଲାମାନଙ୍କୁ ସ୍ମାର୍ଟ ଫୋନ ଦେଇ ପାରୁ ନ ଥିବାବେଳେ ଛାତ୍ରଛାତ୍ରୀମାନେ ଏହି ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଏପରିସ୍ଥଳେ ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକର ଶୁଆକାଠି ଗ୍ରାମର ଭୂୟାଁ ସାହିରେ ନିଜ ଗ୍ରାମର ପିଲାମାନଙ୍କୁ ପଢ଼ାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି କ୍ଷୀରୋଦିନୀ ଠାକୁର ନାମକ ଯୁବତୀ। ନିଜେ ଆଦିବାସୀ ହୋଇଥିବା ବେଳେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢ଼ାଉଥିଲେ। କିନ୍ତୁ ଲକଡାଉନ ଯୋଗୁ ସେ ମଧ୍ୟ ଘରେ ରହିଯାଇଥିଲେ। ଗ୍ରାମରେ ଥିବାବେଳେ ଗ୍ରାମର ବହୁ ଛୋଟପିଲା ବିଦ୍ୟାଳୟ ଯାଉ ନ ଥିବାରୁ ଘରେ ଖେଳକୁଦରେ ମାତିଥିଲେ।

ସେହିପରି ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍ମାର୍ଟଫୋନ ଅଭାବରୁ ଠିକ ଭାବେ ପଢ଼ି ପାରୁ ନ ଥିଲେ। ଏହି କଥା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ସେ ଗ୍ରାମର ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଗାଁ ମଣ୍ଡପରେ ଶିକ୍ଷଦାନ ଆରମ୍ଭ କରିଛନ୍ତି। ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସକାଳ ସଞ୍ଜ ଦୁଇବେଳା ଦୁଇ ଘଣ୍ଟା ଲେଖାଏଁ ଶିକ୍ଷାଦାନ କରୁଛନ୍ତି କ୍ଷୀରୋଦିନୀ। ଛୋଟ ଛୋଟ ପିଲାମାନେ ଏହି ଦୁଇ ମାସ ମଧ୍ୟରେ ଅକ୍ଷର ଜ୍ଞାନ ଶିଖିଯାଇଥିବା ବେଳେ ବଡ଼ ଶ୍ରେଣୀର ଛାତ୍ରଛାତ୍ରୀ ସ୍ମାର୍ଟ ଫୋନ ଅଭାବରୁ ଠିକ ଭାବେ ଗ୍ରହଣ କରିପାରି ନ ଥିବା ଜ୍ଞାନ ଏଠି ପାଇପାରୁଛନ୍ତି। କ୍ଷୀରୋଦିନୀଙ୍କ ଶିକ୍ଷଦାନ ତାଙ୍କ ପାଇଁ ବହୁ ଉପକାରୀ ହୋଇଥିବା ଅନେକ ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି। କ୍ଷୀରୋଦିନୀ ମଧ୍ୟ ନିଜ ଗାଁର ପିଲାଙ୍କୁ ପଢ଼ାଇ ଖୁସି ଅନୁଭବ କରୁଥିବା ବେଳେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଉତ୍ତମ ମଣିଷ ହେବେ ବୋଲି ଆଶା ରଖିଛନ୍ତି। କ୍ଷୀରୋଦିନୀଙ୍କ ଏଭଳି ପ୍ରୟାସକୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ