Masthead

ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ

(ବଡ଼ ଖବର ବ୍ୟୁରୋ): ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ । ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପ୍ରୟାଗରାଜଠାରେ ତାଙ୍କର ମୃତ୍ୟୁ ହୋଇଛି । ବାଘବରୀ ମଠରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ମହନ୍ତ ନରେନ୍ଦ୍ର ଗିରିଙ୍କ କୋଠରୀ ଭିତରୁ ବନ୍ଦ ରହିଥିଲା, ପରେ ସନ୍ଦେହ ହେବାରୁ ତାଙ୍କ କବାଟ ଖୋଲାଯାଇଥିଲା । ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା ବେଳେ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ ହୋଇଥିଲା । ଏହି ସୁଇସାଇଡ ନୋଟ୍ ମିଳିବା ପରେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଏହି ସୁଇସାଇଡ ନୋଟରେ ସେ ମାନସିକ ସ୍ତରରେ ବିଚଳିତ ଥିବା ଉଲ୍ଲେଖ ରହିଥିଲା । ଯାହା ଫଳରେ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି ।

ତେବେ ପ୍ରାଥମିକ ତଦନ୍ତ ପରେ ଏହା ହତ୍ୟାକାଣ୍ଡ ନୁହେଁ ବୋଲି ପୋଲିସ କହିଛି । କିନ୍ତୁ ତାଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ନା ଆଉ କିଛି ସେନେଇ ପୋଲିସ ଏପର୍ୟ୍ୟନ୍ତ ସ୍ପଷ୍ଟ କରି ନାହିଁ। ଏହି ଖବର ପରେ ପୋଲିସ ସମଗ୍ର ଅଞ୍ଚଳକୁ ସିଲ୍ କରିବା ସହ ଏବଂ ବାରବରି ମଠରେ କାହାକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଅପରପକ୍ଷେ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି । ଅନ୍ୟପକ୍ଷରେ ଏହା ଏକ ଷଡ଼ଯନ୍ତ୍ର ବୋଲି ତାଙ୍କ ଶିଷ୍ୟ କହିଛନ୍ତି । ତାଙ୍କୁ ଷଡ଼ଯନ୍ତ୍ର କରି ମାରିଦିଆଯାଇଛି ବୋଲି କହିଛନ୍ତି ନରେନ୍ଦ୍ର ଗିରିଙ୍କ ଶିଷ୍ୟ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ