Masthead

୩ ଦଳର ପ୍ରଚାରରେ କମ୍ପୁଛି ପିପିଲି ମୈଦାନ

ପିପିଲି(ବଡ଼ ଖବର ବ୍ୟୁରୋ): କମ୍ପୁଛି ପିପିଲି ମୈଦାନ । ଦିନ ଯେତିକି ପାଖଉଛି ପିପିଲିରେ ରାଜନୈତିକ ତାତି ସେତେ ବଢୁଛି। ଲଘୁଚାପ ବର୍ଷାରେବି ପିପିଲିରେ ରହିଛି ନିର୍ବାଚନୀ ତାତି। ଭୋଟରଙ୍କୁ ମନେଇବା ପାଇଁ ଜି ଜାନ ଲଗାଇଦେଇଛନ୍ତି ତିନି ଦଳ। କୋଭିଡ଼ କଟକଣା ଭିତରେ ଆଜି ଆରମ୍ଭ ହୋଇଛି ପିପିଲି ଭୋଟ ପାଇଁ ପ୍ରଚାର। କିଏ ବିକାଶର କଥା କହୁଛି ତ କିଏ ସୁଯୋଗର କଥା । ତିନି ଦଳଙ୍କ ଭିତରେ ପିପିଲି ଦଖଲର ଜୁନୁନ ଭରି ରହିଛି । ଆଜି ପ୍ରଚାରର ପ୍ରଥମ ଦିନରେ ବିଜେଡ଼ି ପ୍ରାର୍ଥି ରୁଦ୍ର ମହାରଥୀ ନିଜ ଗାଁ ଖୋରପଡ଼ାରୁ ପ୍ରଚାର ଆରମ୍ଭ କରିଛନ୍ତି । ଦଳବଳ ଧରି ଭୋଟରଙ୍କ ପାଖକୁ ଯାଇଛନ୍ତି ରୁଦ୍ର । ବାପାଙ୍କ ୩୫ବର୍ଷର କାର୍ଯ୍ୟର ହିସାବ ଦେବା ସହ ଏଥର ଜିତିଲେ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣର ପ୍ରତିଶୃତି ଦେଇ ଭୋଟରଙ୍କ ପାଖକୁ ଯାଉଛନ୍ତି । ଆଜିର ପ୍ରଚାରରେ ପୁରୀ ସାସଂଦ ପିନାକି ମିଶ୍ର, ମଧ୍ୟ ସାମିଲ ଥିଲେ ।

ସେପଟେ ବିଜେଡ଼ି ହାତରୁ ଗଡ଼ ଛଡାଇବା ଲକ୍ଷରେ ମୈଦାନକୁ ଓହ୍ଲାଇଛନ୍ତି ବିଜେପି ପ୍ରାର୍ଥି ଅଶ୍ରିତ ପଟ୍ଟନାୟକ । ୩୫ ବର୍ଷର ଶାସନ କାଳରେ ପିପିଲିର କିଛି ବିକାଶ ହୋନଥିବା ଅଭିଯୋଗ କରିଛନ୍ତି ଆଶ୍ରିତ । ଗଲା ସାଧାରଣ ନିର୍ବାଚନରେ ଦିବଗଂତ ବିଧାୟକ ପ୍ରଦୀପ ମହାରଥୀଙ୍କ ଠାରୁ ଅଳ୍ପ ବ୍ୟବଧାନରେ ହାରିଥିଲେ ଆଶ୍ରୀତ । ଏଣୁ ଏହି ଉପ-ନିର୍ବାଚନରେ ସେ ବିଜୟ ହେବେ ବୋଲି ଦୃଢ ଆଶାବାଦୀ ଅଛନ୍ତି । ଅଶ୍ରୀତ ଜିତିଲେ ପିପିଲରେ ମୋଦୀଙ୍କ ବିକାଶର ଗାଡ଼ି ଗଡ଼ିବ ସହ ସବକା ସାଥ ସବକା ବିକାଶ ହେବ ବୋଲି କହି ଭୋଟରଙ୍କ ପାଖକୁ ଯାଉଛନ୍ତି ଆଶ୍ରୀତ । ଦାଣ୍ଡମୁକୁନ୍ଦପୁର ଗୋପାଳଜିଉଙ୍କ ଆଶିର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ଆଶ୍ରିତ । ସେପଟେ ନିର୍ବାଚନରେ ବିଜେଡି-ବିଜେପିକୁ କଡ଼ା ଟକ୍କର ଦେବା ପାଇଁ କଂଗ୍ରେସ ମଧ୍ୟ ପୁରା ତୟାର । କଂଗ୍ରେସ ବିଧାୟକ ପ୍ରାର୍ଥି ବିଶ୍ୱ କେଶନ ହରିଚନ୍ଦନ ପିପିଲିର ପୁରୁଣା ସ୍ୱାଭିମାନ ଫେରେଇ ଆଣିବାକୁ କହି ପ୍ରଚାର ମୈଦାନ କୁ ଓହ୍ଲାଇଛନ୍ତି । ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ନେଇ ଆଜି ପ୍ରଚାର ଆରମ୍ଭ କରିଛନ୍ତି ବିଶ୍ୱ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ମୁଖ୍ୟ ଅସ୍ତ୍ର କରିଛି ଦଳ ।

ନିର୍ବାଚନୀ ମାହୋଲରେ ଦୁଲୁକୁଛି ପିପିଲି ମାଟି। ବିକାଶ ବନାମ ବିନାଶର ନାରା ଦେଇ ପ୍ରଚାର କରୁଛନ୍ତି ତିନି ଦଳ । ତେବେ କାହାକୁ ଭରଷା କରିବେ ଜନତା । କାହା ହାତରେ ଦେବେ ପିପିଲି ଶାସନ ଭାର ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣା ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ