Masthead

ଡ୍ରେନରେ ଫସିଲା ହାତୀ ଛୁଆ, ଜଗି ରହିଲେ ହାତୀ ପଲ

ଓଡ଼ାପଡ଼ା (ବଡ଼ ଖବର ବ୍ୟୁରୋ) : ଡ୍ରେନରେ ଫସିଥିଲା ହାତୀ ଛୁଆ । ଛୁଆକୁ ଜଗିରହିଥିଲେ ହାତୀପଲ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୁଣଦେଇ ଛକ ନିକଟରେ ଏହି ଘଟଣା ଘଟିଛି । ୫୫ନମ୍ବର ଜାତୀୟ ରାଜପଥରୁ ଗୁଣଦେଈ ଗ୍ରାମକୁ ଯାଇଥିବା ରାସ୍ତା ପାର୍ଶ୍ଵରେ ଥିବା ଡ୍ରେନରେ ହାତୀ ଛୁଆଟି ପଡ଼ିଯାଇଥିଲା । ଏହି ଅଞ୍ଚଳରେ ହାତୀ ପଲ ଯାତାୟାତ କରୁଥିବା ବେଳେ ଏକ ଦେଢ଼ ବର୍ଷର ହାତୀ ଛୁଆ ଡ୍ରେନରେ ପଡ଼ିଯାଇଥିଲା । ତେବେ ମା’ ହାତୀ ସହ ପୂରା ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ମାତ୍ର ବିଫଳ ହୋବାରୁ ତାକୁ ଜଗି ରହିଥିଲେ । ସକାଳେ ବନ ବିଭାଗ କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ଡ୍ରେନରେ ବାଲି ବସ୍ତା ପକାଇଥିଲେ । ଫଳରେ ହାତୀ ପଲ ଛୁଆ ହାତୀକୁ ଡ୍ରେନରୁ ଉଦ୍ଧାର କରି ସାଥୀରେ ନେଇଯାଇଥିବା ଦେଖିବାକୁ ମିଲାଥିଲା । ହାତୀ ଛୁଆଟି ସୁସ୍ଥ ଥିବାବେଳେ ହାତୀ ପଲଙ୍କ ପାଖକୁ ପଳାଇଥିବା ବନକର୍ମଚାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ମାଓବାଦୀଙ୍କ ଆତ୍ମସମର୍ପଣ 🔴 ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ି ଭଙ୍ଗାରୁଜା, ଡ୍ରାଇଭରକୁ ମାଡ଼ 🔴 ଗତକାଲି ରାତିରେ ଏଲଓସିରେ ଗୁଳିବର୍ଷା 🔴 ପରୋପକାର ବ୍ୟକ୍ତି ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ 🔴 ମୋଦି-ରାଜନାଥ ବୈଠକ, ପାକିସ୍ତାନ ଉପରେ ବଦଲା! 🔴 ୪୮ ଘଣ୍ଟାରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ ନାଗରିକ 🔴 ବ୍ୟାନ ହେଲା ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ 🔴 ସୀମାରେ ପୁଣି ଗୁଳି ବର୍ଷା; ମୁହଁତୋଡ ଜବାବ ଦେଲା ଭାରତ 🔴 ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 🔴 OSSC ପରୀକ୍ଷାରେ ବଡ଼ ତ୍ରୁଟି 🔴 ୨୪ ମାଓବାଦୀଙ୍କ ଆତ୍ମସମର୍ପଣ 🔴 ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ି ଭଙ୍ଗାରୁଜା, ଡ୍ରାଇଭରକୁ ମାଡ଼ 🔴 ଗତକାଲି ରାତିରେ ଏଲଓସିରେ ଗୁଳିବର୍ଷା 🔴 ପରୋପକାର ବ୍ୟକ୍ତି ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ 🔴 ମୋଦି-ରାଜନାଥ ବୈଠକ, ପାକିସ୍ତାନ ଉପରେ ବଦଲା! 🔴 ୪୮ ଘଣ୍ଟାରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ ନାଗରିକ 🔴 ବ୍ୟାନ ହେଲା ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ 🔴 ସୀମାରେ ପୁଣି ଗୁଳି ବର୍ଷା; ମୁହଁତୋଡ ଜବାବ ଦେଲା ଭାରତ 🔴 ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 🔴 OSSC ପରୀକ୍ଷାରେ ବଡ଼ ତ୍ରୁଟି