Masthead

ପଞ୍ଚଭୂତରେ ଲୀନହେଲେ ମହାରଥୀ

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ଅସୁସ୍ଥ ଥାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର ପୁରୀ ସ୍ୱର୍ଗଦ୍ୱାରରେ ଆଜି ଅପରାହ୍ନରେ ପଞ୍ଚଭୂତରେ ଲୀନ ହୋଇଛି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହୋଇଥିଲା ଅନ୍ତେଷ୍ଟି । ‘ପ୍ରଦୀପ ମହାରଥୀ ଅମର ରହେ’ଧ୍ୱନୀରେ କମ୍ପିଥିଲା ସ୍ୱର୍ଗଦ୍ୱାର । ଶହ ଶହ ସମର୍ଥକ, ବିଜେଡି ନେତା ଓ କର୍ମୀଙ୍କ ଉପସ୍ଥିତିରେ ଜଳିଥିଲା ଜୁଇ । ସ୍ୱର୍ଗତ ମହାରଥୀଙ୍କ ଝିଅ ପଲ୍ଲବୀଙ୍କ ବୁକୁଫଟା ବିଳାପ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଭାବବିହ୍ୱଳ କରିଦେଇଥିଲା । ପୋଲିସ କର୍ମଚାରୀଙ୍କ ତୋପସଲାମୀ ପରେ ସ୍ୱର୍ଗତ ମହାରଥୀଙ୍କ ପୁଅ ରୁଦ୍ର ମୁଖାଗ୍ନି ଦେବାବେଳେ ଭଉଣୀ ପଲ୍ଲବୀ କାନ୍ଦି କାନ୍ଦି ଭୂଇଁରେ ଲୋଟି ଯାଉଥିଲେ ।
ଶବ ଶୋଭାଯାତ୍ରା ପ୍ରଥମେ ଭୁବନେଶ୍ୱର ଓ ପିପିଲି ଦେଇ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା । ସେଠାରେ ମନ୍ତ୍ରୀ ସମୀର ଦାସ,ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି,ରୁଦ୍ର ମହାନ୍ତି,ଉମା ସାମନ୍ତରାୟ ପ୍ରମୁଖ ଦିବଂଗତ ନେତାଙ୍କୁ ଶେଷ ଦର୍ଶନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ