Masthead

ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ

କୋଇଡା (ବଡ଼ ଖବର ବ୍ୟୁରୋ): ପୁଣି ସୁନ୍ଦରଗଡ଼ ନିକଟ ସରଣ୍ଡା ଜଙ୍ଗଲରୁ ଜବତ ହେଲା ବିସ୍ଫୋରକ। ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ । ଝାଡ଼ଖଣ୍ଡ ତିରିଲିପୋଷି ଜଙ୍ଗଲରୁ ବିସ୍ଫୋରକ ଜବତ । ସର୍ଚ୍ଚ ଅପରେସନ୍ ବେଳେ ମିଳିଲା ବିସ୍ଫୋରକ ସାମଗ୍ରୀ । ଏଯାଏଁ ୪ ହଜାର ୪୦୦ କେଜିର ବିସ୍ଫୋରକ ଜବତ ହୋଇଛି । ବାକି ଲୁଟ୍‌ ବିସ୍ଫୋରକ ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଓଡିଶା ସୀମାରୁ ୭ କିଲୋମିଟର ଦୂର ଝାଡ଼ଖଣ୍ଡ ଜରେଇକେଲା ତିରିଲପୋସି ସରଣ୍ଡା ଜଙ୍ଗଲ ବିଟିକିଲ୍ସୟ, ବାଡିକୁଦର, ଟୟୋ, ଜାମଡା ମଧ୍ୟରେ ଲୁଟ୍ ବିସ୍ଫୋରକ ଠାବ କରିଛନ୍ତି ସୁରକ୍ଷାବାହିନୀ ।

ମାଟି ତଳେ ପୋତା ହୋଇଥିବା ବିପୁଳ ବିସ୍ଫୋରକ ସାମଗ୍ରୀ ଠାବ ହୋଇଛି । କୋଇଡା ବ୍ଲକ୍ କେବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ଗତ ୨୭ ତାରିଖରେ ୨୦୦ ବାରୁଦ ପେଟି ମାଓବାଦୀ ମାନେ ଲୁଟି ନେଇଥିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା । ୨୦୯ କୋବରା ବାଟାଲିୟନ, ସିଆର୍‌ପିଏଫ୍‌, ଡିଭିଏଫ୍ ଫୋର୍ସ, ଝାଡଖଣ୍ଡ ଜାଗୁଆର ଓ ଏସଓଜି ଟିମ୍ ଲଗାତାର ଭାବେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି