Masthead

ଜଳସମ୍ପଦ ବିଭାଗର ଅପାରଗତା ପାଇଁ ଭାଙ୍ଗିଲା ମାଟିବନ୍ଧ ଡ୍ୟାମ

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶାର ପ୍ରଗତି ପାଇଁ ମୋ ସରକାର ଏବଂ ଫାଇବଟିକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଫାଇବଟି ଅଧୀନରେ ଥିବା ଜଳସମ୍ପଦ ବିଭାଗ କିଭଳି କାମ କରୁଛି ତାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଯମରତଲା ପଂଚାୟତ କଣ୍ଠେଶ୍ୱରପୁର ମାଟିବନ୍ଧ ପ୍ରକଳ୍ପ ରେ । ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ଅପାରଗ ଅଧିକାରୀମାନଙ୍କ ଖାମଖିଆଳି ମନୋଭାବ ଯୋଗୁଁ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଲା ମାଟିବନ୍ଧ ଡ୍ୟାମ । ଯାହାଫଳରେ ବେହେରାତାଳ, ଅନ୍ତର୍ଲା ଏବଂ ବିରିପାଲି ବର୍ତ୍ତମାନ ଭୟାବହ ମରୁଡ଼ିର ଶିକାର ହେବେ ।

ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଠାରେ ଥିବା କଣ୍ଠେଶ୍ବରପୁର ମାଟିବନ୍ଧ ପ୍ରୋଜେକ୍ଟ ରକ୍ଷଣାବେକ୍ଷଣ ଅଭାବରୁ ଆଡି ଭାଙ୍ଗିଯାଇ ବ୍ୟାପକ ନଷ୍ଟ ହୋଇଛି । କଣ୍ଠେଶ୍ବରପୁର ମାଟିବନ୍ଧରେ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ୩୨୦ ହେକ୍ଟର ଜମି ଜଳ ସେଚିତ ହୋଇଥାଏ । ଚଲିତ ଖରିଫ ୠତୁରେ ସ୍ବଳ୍ପ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହୋଇଥିଲା କିନ୍ତୁ ସେପ୍ଟେମ୍ବର ମାସରେ ଲଘୁଚାପ ଯୋଗୁଁ ମାଟିବନ୍ଧରେ ପାଣି ଭର୍ତ୍ତି ହୋଇଥିଲା ଏହଂ ଯାହା କିଛି ଧାନ ବଞ୍ଚିଥିଲା ଏହି ଡ୍ୟାମର ପାଣିରେ ଚାଷ କରିବା ପାଇଁ ଚାଷୀମାନେ ଆଶା ରଖିଥିଲେ ହେଲେ ଦୀର୍ଘ ଦିନ ହେବ ରକ୍ଷଣାବେକ୍ଷଣ ହୋଇନଥିବାରୁ ଆଡି ଭାଙ୍ଗି ଯାଇଛି । ମାଟିବନ୍ଧରେ ଦୁର୍ବଳତା ଥିବା ନେଇ ଅଞ୍ଚଳର ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାମ ହୋଇନଥିଲା ଫଳରେ ଏଭଲି ଦୁର୍ଘଟଣା ଘଟିଲା ।

ଏହି ସ୍ଥାନରେ ସ୍ଥାୟୀ ପ୍ରତିକାର ପାଇଁ ଚାଷୀମାନେ ଦାବି କରିଛନ୍ତି। ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏଭଳି ବେପରୁଆ ମନୋଭାବ ପ୍ରତିପୋଷଣ କରୁଥିବା ଜଳସମ୍ପଦ ବିଭାଗ ଅଧିନସ୍ଥ କର୍ମଚାରୀ ମାନଙ୍କ ଭୁଲ ଯୋଗୁଁ ହୋଇଥିବା ବ୍ୟାପକ କ୍ଷତିର କ୍ଷତିପୂରଣ ଦେବ କିଏ ? କେବଳ କାଗଜ କଲମରେ ଫାଇବଟି ଭିତ୍ତିରେ କାମ ହେଉଛି ବୋଲି ବିଶ୍ୱାସ ନ କରି ଏହି ବିଭାଗ କୁ ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼