Masthead

ଆଜି ମହାଶିବରାତ୍ରୀ, ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ମହାଶିବରାତ୍ରୀ । ମହାଦେବଙ୍କ ଉପାସନା ଲାଗି ଜାଗର ଜାଳିବେ ଶ୍ରଦ୍ଧାଳୁ । ଦିନ ସାରା ଉପାସରେ ରହିବା ସହ ରାତିରେ ଉଜାଗର ରହି ଦୀପ ଜାଳିବେ ଭକ୍ତ । ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ । ଏ ନେଇ ସକାଳୁ ସକାଳୁ ଚଳଚଞ୍ଚଳ ଶୈବପୀଠ । ଭକ୍ତମାନେ ମହାଦେବଙ୍କ ଦର୍ଶନ ପାଇଁ ଶିବାଳୟରେ ଭିଡ଼ ଲଗାଇଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀ ଲୋକନାଥ ମନ୍ଦିର, ଧବଳେଶ୍ୱର, ଆଖଣ୍ଡଳମଣୀ ପୀଠ, କପିଳାସ ଆଦି ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି ।

ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ମହାଦେବଙ୍କ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜାଗର ପାଇଁ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର । ଭୋରରୁ ଆରମ୍ଭ ହୋଇଛି ଲିଙ୍ଗରାଜଙ୍କ ନୀତିକାନ୍ତି। ରାତି ୧୦ରୁ ୧୧ଟା ଭିତରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଉପବାସ ରହି ଜାଗର ଜାଳିବେ ଶୈବଭକ୍ତ । ଭୋର ୩ ପହଡ ଖୋଲିବା ପରେ ୩ ଟାରୁ ସାଢେ ୩ଟା ମଙ୍ଗଳ ଆଳତୀ ଓ ଅବକାଶ ନୀତି । ଭୋର ୩ ଟା ୩୦ରୁ ଦିନ ୧୧ଟା ପର୍ୟ୍ୟନ୍ତ ସାହାଣମେଲା ଦର୍ଶନ ରହିଛି ।

ଏହାପରେ ଛାମୁ ପରିଷ୍କାର, ମାହାସ୍ନାନ ଓ ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶୀଜୀଉଙ୍କ ଓ ଠାକୁରାଣୀଙ୍କ ବଲ୍ଲଭ ଓ ସକାଳ ଧୂପ, ଭୋଗ ମଣ୍ଡପ ନୀତି ହେବ । ଚାରି ପ୍ରହର ପୂଜା ପରେ ହରିହର ଭେଟ ହେବ ବୋଲି ନିତୀନିଘଣ୍ଟ କରାଯାଇଛି । ବାବା ଲିଙ୍ଗରାଜଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶ୍ରୀଲିଙ୍ଗରାଜ ଓ କପିଳେଶ୍ଵରଙ୍କ ଶୃଙ୍ଖଳିତ ଜାଗରଯାତ୍ରା ଲାଗି ବିଏମସି ମାର୍ଗଦର୍ଶିକା ଜାରିକରିଛି । ଅତିରିକ୍ତ କମିସନରଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି । ଖାଲି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନୁହେଁ ବରଂ ସିଂହଦ୍ଵାର, ଭୋଗ ମଣ୍ଡପ, ଜଗମୋହନ, ଚାହାଣି ମଣ୍ଡପ, ଉତ୍ତର ଦ୍ୱାର, ଦକ୍ଷିଣ ଦ୍ବାର, ମନ୍ଦିର ପଚେରି, କେଦାରଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ମନ୍ଦିର ସୌନ୍ଦର୍ଯ୍ୟକରଣ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା