Masthead

ପୁରାଣର ଗଙ୍ଗବତୀ ନଦୀ ଏବେ ଗଙ୍ଗୁଆ ନାଳ

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ପୁରାଣର ଗଙ୍ଗବତୀ ନଦୀ ଏବେ ଗଙ୍ଗୁଆ ନାଳ । ଏକଦା ଭୁବନେଶ୍ୱରର ପ୍ରମୁଖ ନଦୀ ଥିବା ଗଙ୍ଗୁଆ ଏବେ ନାଳରେ ପରିଣତ ହୋଇଛି । ସହରଯାକର ବର୍ଜ୍ୟବସ୍ତୁରେ ଭର୍ତ୍ତି ହୋଇଛି, ପାଣି ବିଷ ପାଲଟିଛି, ଗନ୍ଧରେ ନାକ ଫାଟି ପଡୁଛି । ଏହାର ଦୁଇ ପଟକୁ ପୋତି ପୋତି ଠିଆ ହୋଇଛି କଂକ୍ରିଟର ସହର । ଗତିପଥ ବଦଳେଇବାକୁ ବାଟ ବି ପାଉନି ଗଙ୍ଗୁଆ । ବିଶେଷ ଭାବରେ ସହରରେ ସ୍ୱେରେଜ ବ୍ୟବସ୍ଥା ନଥିବାରୁ ସହର ଯାକର ମଇଳା ଏଥିରେ ପଡ଼ୁଛି । ରାଜ୍ୟରେ ପ୍ରଦୂଷିତ ଚିହ୍ନଟ ହୋଇଥିବା ୧୯ ନଦୀ ମଧ୍ୟରେ ଗଙ୍ଗୁଆ ଶୀର୍ଷରେ ରହିଛି । ପ୍ରାୟ ୪୦ କିମି ଲମ୍ବର ଏହି ନଦୀ କେବଳ ଭୁବନେଶ୍ୱରେ ୧୫ କିମି ରହିଛି । ଦିନଥିଲା ଗଙ୍ଗୁଆର ପାଣି ଥିଲା କାଚକେନ୍ଦୁ ଭଳି ସ୍ୱଚ୍ଛ । ଏହାର ପାଣି ଉପରେ ନିର୍ଭର କରୁଥିଲେ ରାଜଧାନୀବାସୀ । ଅଥଚ ଏବେ ଏହା ବ୍ୟବହାର ଉପଯୋଗୀ ତ ଦୂରର କଥା ଯଦି କେତେବେଳେ ଭୁଲ ବଶତଃ ଏହାର ପାଣି କେହି ପିଇଦିଅନ୍ତି ତେବେ ମରିବାଟା ଶୁନିଶ୍ଚିତ ।

ଉତ୍କଳର ଗଙ୍ଗା ଗଙ୍ଗୁଆ । ଏକାମ୍ର ଐତିହ ସହିତ ଏହା ଅଙ୍ଗାଙ୍ଗିଭାବେ ଜଡ଼ିତ । ପୁରାଣ କହେ ଚିର ବସନ୍ତର ଲୀଳାସ୍ଥଳୀ ଗଙ୍ଗୁଆ । ଗଙ୍ଗା, ଜମୁନା, ନର୍ମଦା, ସରସ୍ୱତୀ ଭଳି ଗଙ୍ଗୁଆ ପ୍ରାତସ୍ମରଣୀୟ । ଗଙ୍ଗୁଆର ଜଳ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ବି ଲାଗେ । ଏକାମ୍ର ଚନ୍ଦ୍ରିକା ପୁସ୍ତକରେ ଏହାର ବର୍ଣ୍ଣନା ମଧ୍ୟ ରହିଛି । କୁହାଯାଏ କବିରାଜ ଜୟଦେବ ବି ଶ୍ରୀ ଜଗନ୍ନାଙ୍କ ସ୍ୱପ୍ନାଦେଶ ପାଇ ଗଙ୍ଗୁଆରେ ବୁଡ଼ ପକାଇ ମାନସିକ ପୂରଣ କରିଥିଲେ । ଖାରବେଳଙ୍କ ଶିଶୁପାଳ ଗଡ଼ର ମଧ୍ୟ ଏହି ପ୍ରାଚୀନ ନଦୀର ସମ୍ପର୍କ ରହିଛି ।

ମୃତ୍ୟୁ ଶର୍ଯ୍ୟାରେ ଶେଷ ନିଶ୍ୱାସ ଗଣୁଛି ଗଙ୍ଗୁଆ । ଯଦି ଏହାର ପୁନଃରୁଦ୍ଧାର କରାନଯାଏ ଦିନ ଆସିବ ଗଙ୍ଗୁଆବି ଦିନେ ହଜିଯିବ ରାଜଧାନୀରୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି