Masthead

୮ମ ଦିନରେ ‘ମହାବତାର ନରସିଂହ’ର ବକ୍ସ ଅଫିସ୍ କଲେକ୍ସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦ୍ୱିତୀୟ ସପ୍ତାହାନ୍ତରେ ପ୍ରବେଶ କଲା ‘ମହାବତାର ନରସିଂହ’ । ସିନେମା ହଲରେ ସଫଳତାର ସହ ଆଗେଇଚାଲିଛି । ୮ ଦିନ ଭିତରେ ୪୫ କୋଟି ଛୁଇଁଲାଣି ‘ମହାବତାର ନରସିଂହ’ । ନିର୍ଦ୍ଦେଶକ ଅଶ୍ୱିନ କୁମାରଙ୍କ ଆନିମେଟେଡ୍ ପୌରାଣିକ ଚଳଚ୍ଚିତ୍ର ମହାବତାର ନରସିଂହ ଆଶ୍ଚର୍ଯ୍ୟଜନକ ବକ୍ସ ଅଫିସ ଗତି ଜାରି ରଖିଛି ।

ପ୍ରାଚୀନ ଭାରତୀୟ ପୌରାଣିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ଏକ ସମ୍ପୂର୍ଣ୍ଣ ଆନିମେଟେଡ୍ ଚଳଚ୍ଚିତ୍ର ହେବା ସତ୍ତ୍ୱେ, ମଧ୍ୟ ବହୁ ମାତ୍ରାରେ ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରୁଛି । ଗତ ଜୁଲାଇ ୨୫ ତାରିଖରେ ରିଲିଜ୍ ହୋଇ ବକ୍ସ ଅଫିସରେ ରାଜ କରୁଛି ଏହି ସିନେମା । ନିର୍ଦ୍ଦେଶକ ଅଶ୍ୱିନ କୁମାର, ଲେଖକ ଜୟପୂର୍ଣ୍ଣା ଦାସ ଏବଂ ରୁଦ୍ର ପ୍ରତାପ ଘୋଷଙ୍କ ସହିତ ମିଶି ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି । ଯାହା ପ୍ରାଚୀନ ଏବଂ ଭବିଷ୍ୟତବାଦୀ ଅନୁଭବ କରେ । ପ୍ରାଚୀନ ପୌରାଣିକ ଗାଥାରେ ଉଲ୍ଲେଖନୀୟ, ଭଗବାନ ବିଷ୍ଣୁ କିପରି ନିଜ ଭକ୍ତ ପ୍ରହଲ୍ଲାଦକୁ ବଞ୍ଚାଇବାକୁ ଯାଇ ଅଧା ନର ଅଧା ସିଂହ ଅର୍ଥାତ ନରସିଂହ’ ଅବତାର ଧାରଣ କରି ପାପି ଓ ଅହଙ୍କାରୀ ରାକ୍ଷାସ ହିରଣ୍ୟକଶ୍ୟପକୁ ବଦ୍ଧ କରିଥିଲେ ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି । କିପରି ପ୍ରହଲ୍ଲାଦ ଅସୁର କୁଳରେ ଜନ୍ମ ହୋଇ ମଧ୍ୟ ଭଗବାନ ବିଷ୍ଣୁୁଙ୍କ ଭକ୍ତିରେ ନିଜକୁ ସମର୍ପିତ କରିଦେଇଥିଲେ, ତାହା ଏହି ଫିଲ୍ମ ଜରିଆରେ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ଅଶ୍ୱିନ କୁମାର ।

ଏହି ପୌରାଣିକ ଚଳଚ୍ଚିତ୍ରଟି ସବୁ ଭାଷାରେ ରିଲିଜ୍ ହୋଇଛି । ମାତ୍ର ୮ ଦିନରେ ଏହା ଭାରତୀୟ ବକ୍ସ ଅଫିସରେ ୪୪.୨୫ କୋଟି ଟଙ୍କା ରୋଜଗାର କରିଛି । ଯାହା ଉତ୍ତର ଭାରତୀୟ ଦର୍ଶକଙ୍କ ମଧ୍ୟରେ ଆନିମେଟେଡ୍ ରୂପରେ ପୌରାଣିକ ବିଷୟବସ୍ତୁ ପାଇଁ ବଢ଼ୁଥିବା ଆଗ୍ରହକୁ ଦର୍ଶାଉଛି । ପ୍ରଥମ ଦିନ ୧.୭୫ କୋଟି ଟଙ୍କା ରୋଜଗାର କରିବା ସହିତ ଏକ ସାଧାରଣ ଆରମ୍ଭ ପରେ ସପ୍ତାହନ୍ତାରେ ଫିଲ୍ମଟି ଉଲ୍ଲେଖନୀୟଅଭିବୃଦ୍ଧି ଦେଖିଛି । ଶନିବାର ଫିଲ୍ମଟି ୪.୬ କୋଟି ଟଙ୍କା ଏବଂ ରବିବାର ୯.୫ କୋଟି ଟଙ୍କା ସଂଗ୍ରହ କରିଥିଲା । ସୋମବାର ଦିନ ହ୍ରାସ ଆାା କରାଯାଉଥିଲା କିନ୍ତୁ ତଥାପି ୬ କୋଟି ଟଙ୍କାରେ ସମ୍ମାନଜନକ ଥିଲା । ଏବଂ ବୁଧବାର ଦିନ ୭.୭ କୋଟି ଟଙ୍କାରେ ସ୍ଥିର ସଂଖ୍ୟା ସହିତ ଆଶ୍ଚର୍ଯ୍ୟଜନକ ଭାବରେ ଆୟ କରିଛି ଏହି ଫିଲ୍ମ । ଏହି ଆନିମେଟେଡ୍ ପିଲ୍ମ ହିନ୍ଦୀ ସଂସ୍କରଣ ସଂଗ୍ରହର ଏକ ବଡ଼ ଅଂଶକୁ ଆଗକୁ ବଢାଇ ଚାଲିଛି । ଏବଂ ଭାରତୀୟ ସିନେମା ଜଗତରେ ଆନିମେସନ ପାଇଁ ଏକ ନୂତନ ଯୁଗସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ