Masthead

ରାହୁଲଙ୍କୁ ସମର୍ଥନ ଜଣାଇ କଂଗ୍ରେସର କରିବ ମୌନ ସତ୍ୟାଗ୍ରହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କଂଗ୍ରେସ କରିବ ମୌନ ସତ୍ୟାଗ୍ରହ । ଆସନ୍ତା ୧୨ ଜୁଲାଇରେ ସବୁ ରାଜ୍ୟରେ କଂଗ୍ରେସ ମୌନ ସତ୍ୟାଗ୍ରହ କରିବ । ଗତକାଲି ରାହୁଲଙ୍କ ରିଭୁ୍ୟ ପିଟିସନ ଖାରଜ ହେବା ପରେ କଂଗ୍ରେସ ମୌନ ସତ୍ୟାଗ୍ରହ କରିବ ବୋଲି କହିଛି । ସେପଟେ ପ୍ରଦେଶ କଂଗ୍ରେସ ନେତାମାନେ ଗତକାଲି କଳାପଟି ବାନ୍ଧି ଖାଲି ପାଦରେ ଚାଲି ବିରୋଧ ପ୍ରଦର୍ଶନ କରିଥିଲେ । ଏବଂ ଆସନ୍ତା ୧୨ରେ କରିବ ମୌନ ସତ୍ୟାଗ୍ରହ । ମୋଦି ସାଙ୍ଗିଆକୁ ନେଇ ଗୁଜରାଟ ହାଇକୋର୍ଟରୁ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି । ମୋଦି ସାଙ୍ଗିଆକୁ ନେଇ ସୁରତ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ଗୁଜରାଟ ହାଇକୋର୍ଟ ।

ତଳକୋର୍ଟ ଦେଇଥିବା ୨ ବର୍ଷ ଜେଲ ଦଣ୍ଡାଦେଶକୁ କାଏମ ରଖିଛନ୍ତି କୋର୍ଟ । ଏହାସହ ରାହୁଲଙ୍କ ସାଂସଦ ସଦସ୍ୟତା ପଦ ମଧ୍ୟ ଫେରିପାଇବେ ନାହିଁ । କୋର୍ଟ କହିଛନ୍ତି ଯେ, ନିମ୍ନ ଅଦାଲତ ଦେଇଥିବା ଦଣ୍ଡ ଉପରେ ରୋକ୍ ଲଗାଇବାର ସେମିତି କୌଣସି ପ୍ରମାଣ ନାହିଁ । ଆବେଦନକାରୀ ଅର୍ଥାତ୍ ରାହୁଲଙ୍କ ନାଁରେ ଏବେ ବି ୧୦ଟି ଅପରାଧୀକ ମାମଲା ରହିଛି । ଦୋଷମୁକ୍ତ ଓ ନିମ୍ନ ଅଦାଲତର ରାୟ ଉପରେ ରୋକ୍ ଲଗାଇବାକୁ ସେଭଳି କୌଣସି ଯୁକ୍ତି ଉପସ୍ଥାପନ କରାଯାଇନଥିବା କହିଛନ୍ତି ଗୁଜରାଟ ହାଇକୋର୍ଟ । ଗତ ମେ’ ମାସରେ ସୁରତ କୋର୍ଟ ଦେଇଥିବା ରାୟ ଉପରେ ପୁନର୍ବିଚାର କରିବା ପାଇଁ ହାଇକୋର୍ଟ ଯାଇଥିଲେ ଏହି କଂଗ୍ରେସ ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା