ଏପଟେ ବଢୁଛି ସମୀରଙ୍କ ଟେନସନ, ସେପଟେ ଟିକେଟ ବାଣ୍ଟି ଆସିଲେ ରାଜା ସ୍ୱାଇଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚାଲିଛି ବିଜେଡି ନେତାଙ୍କ ଟିକେଟ ବଣ୍ଟା ପର୍ବ । ଗୋଟିଏ ପରେ ଗୋଟିଏ ନେତା ଯେଉଁଭଳି ଟିକେଟ ବାଣ୍ଟୁଛନ୍ତି ଲାଗୁଛି ଯେମିତି ଟିକେଟ ବଣ୍ଟନ ଏ ଦଳ ଉପରେ ନବୀନଙ୍କ କଣ୍ଟ୍ରୋଲ ନାହିଁ । ପ୍ରଥମେ ଧାମନଗରରେ ଡାକ୍ତର ରାଜେନ୍ଦ୍ର ଦାସଙ୍କ ପାଇଁ ଟିକେଟ ବାଣ୍ଟିଲେ ମୁକ୍ତିମଣ୍ଡଳ । ପରେ ବସ୍ତାରେ ନିତ୍ୟାନନ୍ଦଙ୍କୁ ଆଉଟ କରି ଶୁଭାସିନୀ ଜେନାଙ୍କ ପାଇଁ ଟିକେଟ ବାଣ୍ଟିଲେ ପ୍ରତାପ ଦେବ ଓ ଅଶ୍ୱନି ପାତ୍ର । ଧର୍ମେନ୍ଦ୍ରଙ୍କ ଢେଙ୍କାନାଳ ଲଢେଇର କଥା ଉଠି ନଥିଲା ନିଜେ ନିଜେ ଡିକଲାର କରିଦେଲେ ମହେଶ ସାହୁ । ଆଉ ଥରେ ମୁଁ ଲଢିବି ଆଉ ଧର୍ମେନ୍ଦ୍ରଙ୍କୁ ହରେଇବି ।

ଏହି ଟିକେଟ ବଣ୍ଟା ଭିତରେ ଏବେ ଏଣ୍ଟ୍ରି ମାରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ରାଜା ସ୍ୱାଇଁ ନିମାପଡ଼ାରେ କହିଛନ୍ତି ଏଠୁ ନିଶ୍ଚିତ ଲଢିବେ ସମୀର ଦାସ ।ବିଜୁ ଜନତା ଦଳରେ କିଏ ଟିକେଟ ପାଇବ ତାହା ଶେଷ ପର୍ଯ୍ୟନ୍ତ ସ୍ଥିର ହୋଇ ନଥାଏ । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାଡ଼ିଦେଲେ ବାକି ସମସ୍ତଙ୍କ ଟିକେଟ ଅନିଶ୍ଚିତତା କହିଲେ ଭୁଲ ହେବ ନାହିଁ ।

ଗଲା ୫ ଟର୍ମରେ ଏଭଳି ଚିତ୍ର ଦେଖିବାକୁ ମିଳେ । କିନ୍ତୁ ଏଥର ଗୋଟେ ଅଲଗା ପ୍ରକାର ଚିତ୍ର ହୋଇଛି । ନବୀନ ଟିକେଟ ନାଁ ଘୋଷଣା କରିବା ପୂର୍ବରୁ ଦଳର କିଛି ନେତା ବୁଲି ବୁଲି ଟିକେଟ ବାଣ୍ଟୁଛନ୍ତି । ନିଜର ଟିକେଟ ଅଛି କି ନାହିଁ ଫାଇନାଲ ହୋଇନାହିଁ କିନ୍ତୁ ପର ପାଇଁ ଏମାନେ ଟିକେଟ ବାଣ୍ଟିବାରେ ବ୍ୟସ୍ତ ।

ଏଥିରୁ କ’ଣ ବୁଝାପଡ଼ୁଛି ? ବାସ୍ତବରେ ନବୀନଙ୍କର ଆଗ ଭଳି ଆଉ ଦଳ ଉପରେ ନିୟନ୍ତ୍ରଣ ନାହିଁ କି? ଏଭଳି ଦଳର ସଭାପତି ଘୋଷଣା କରିବା ପୂର୍ବରୁ ଏଭଳି ଟିକେଟ ବାଣ୍ଟିବା ବିଶୃଙ୍ଖଳା କି ନୁହେଁ ? ଯେଉଁ ବିଶୃଙ୍ଖଳା ଆଗରୁ ବିଜୁ ଜନତା ଦଳରେ ନଥିଲା ଲମ୍ବା ସମୟ ଶାସନରେ ରହିଲା ପରେ ସେଭଳି ବିଶୃଙ୍ଖଳା ଦେଖା ଦେଲାଣି କି ?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ