Masthead

ମଲାଲାଙ୍କ ପାଇଁ ପାକିସ୍ତାନରେ ବଢିଲା ଅଡୁଆ

(ବଡ଼ ଖବର ବ୍ୟୁରୋ): ନୋବେଲ ବିଜେତା ମଲାଲା ୟୁସୁଫଜାଇଙ୍କ ପାଇଁ ଅଡୁଆ ବଢିଲା । ତାଙ୍କ ରଚିତ ପୁସ୍ତକରେ ପାକିସ୍ତାନ ଲଗାଇଛି ପ୍ରତିବନ୍ଧକ । ମାତ୍ର ୧୭ବର୍ଷ ବୟସରେ ମଲାଲା ନିଜ ଦେଶ ପାକିସ୍ତାନର ମୌଳବାଦୀଙ୍କ ବିରୋଧରେ ଯୁଦ୍ଧ କରିଥିଲେ । ଶିଶୁ ଓ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ସେମାନଙ୍କ ଶିକ୍ଷା ପାଇଁ ସ୍ୱର ଉଠାଇଥିଲେ । ଏହି ମହତ୍ କାର୍ୟ୍ୟ ପାଇଁ ୨୦୧୪ରେ ମଲାଲାଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏବେ ପାକିସ୍ତାନର ଘରୋଇ ବିଦ୍ୟାଳୟଗୁଡିକ ଏହି ମାନବାଧିକାର କର୍ମୀଙ୍କ ବିରୋଧରେ ଠିଆ ହୋଇଛନ୍ତି । ଅଲ୍ ପାକିସ୍ତାନ ପ୍ରାଇଭେଟ ସ୍କୁଲ ଫେଡେରେସନ୍ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି । ଡକ୍ୟୁମେଣ୍ଟାରୀ ନାମ ରହିଛି ମାଲା ଆଣ୍ଟି । ମଲାଲା କିପରି ଇସଲାମ ବିରୋଧୀ ଓ ଲିଭ-ଇନ୍- ରିଲେସନସିପକୁ ସମର୍ଥନ କରନ୍ତି ଡକ୍ୟୁମେଣ୍ଟାରୀରେ ପ୍ରଦର୍ଶିତ ହୋଇଛି । ଏହି ଡକ୍ୟୁମେଣ୍ଟାରୀକୁ ପାକିସ୍ତାନର ୨ଲକ୍ଷ ଘରୋଇ ସ୍କୁଲରେ ପ୍ରଦର୍ଶିତ ହେବ ।

ଏହାଦ୍ୱାରା ୨୦ ମିଲିୟନ୍ ଛାତ୍ରଛାତ୍ରୀ ମଲାଲାଙ୍କ ଏଜେଣ୍ଡା ବିଷୟରେ ଜାଣିପାରିବେ। ଘରୋଇ ବିଦ୍ୟାଳୟ ସଂଗଠନର ସଭାପତି କାଶିଫ୍ ମିର୍ଜା କହିଛନ୍ତି, ମଲାଲଙ୍କ ପୁସ୍ତକ ଆଇ ଆମ୍ ମଲାଲାରେ ଅନେକ ବିବାଦୀୟ ତଥ୍ୟ ରହିଛି । ଇସଲାମର ଶିକ୍ଷା, କୋରାନ୍, ଇସଲାମର ଆଦର୍ଶ, ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା, ପାକିସ୍ତାନ ସେନା ବିରୋଧରେ ଭୁଲ ତଥ୍ୟ ରହିଛି । ପାଶ୍ଚ୍ୟାତ ଶକ୍ତିମାନଙ୍କ ନିର୍ଦ୍ଦେଶରେ ଏହି ପୁସ୍ତକ ମଲାଲା ରଚନା କରିଛନ୍ତି । ସେଥିପାଇଁ ଆଇ ଆମ୍ ମଲାଲା ପୁସ୍ତକରେ ପ୍ରତିବନ୍ଧକ ଲଗାଯାଇଥିବା କାଶିଫ୍ ମିର୍ଜା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ