ଭାରତୀୟ ସେନାରେ ବଢୁଛି ମହିଳାଙ୍କ ଦବଦବା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ସେନାରେ ବଢୁଛି ମହିଳାଙ୍କ ଦବଦବା । ସରକାର ସେନାରେ ମହିଳାଙ୍କୁ ଦେଉଛନ୍ତି ଅଧିକ କ୍ଷମତା । ୧୪୭ ଜଣ ଭାରତୀୟ ସେନାରେ ମହିଳା ଅଫିସରଙ୍କୁ ମିଳିଛି ନୂଆ ଦାୟିତ୍ବ । ୧୪୭ ମହିଳା ଅଫିସରଙ୍କୁ କମିଶନ ଭାବେ ନିଯୁକ୍ତି ଦିଆଯାଇଛି । ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ । ସେପ୍ଟେମ୍ବରରେ ମହିଳା ଅଧିକାରୀଙ୍କୁ ନିଯୁକ୍ତି ପାଇଁ ଏକ ସ୍ବତନ୍ତ୍ର ଚୟନ ବୋର୍ଡ ଗଠନ କରାଯାଇଥିଲା । ନଭେମ୍ବର ୨୦୨୦ରେ ଫଳାଫଳ ଘୋଷଣା କରାଯାଇଥିଲା ।

ସୁପ୍ରିମକୋର୍ଟ ପୂର୍ବ ରାୟ ବିଚାର କରି ଚଳିତ ବର୍ଷ ମାର୍ଚ୍ଚରେ ଭାରତୀୟ ସେନାରେ ସ୍ଥାୟୀ ମହିଳା କମିଶନଙ୍କ ନିଯୁକ୍ତିକୁ ନେଇ ବଡ଼ ରାୟ ଦେଇଥିଲେ । ସ୍ଥାୟୀ କମିଶନ ପଦବୀକୁ ନେଇ ହୋଇଥିବା ଆବେଦନର ବିଚାର କରି ପୁନଃ ବିଚାର କରିବାକୁ କହିଥିଲେ କୋର୍ଟ । ଏହାସହ ସ୍ଥାୟୀ କମିଶନ ପଦବୀ ପାଇଁ ସେନା ଦେଇଥିବା ତାଲିକାକୁ ସଂକ୍ଷିପ୍ତ କରି ଶ୍ରେଣୀଭୁକ୍ତ କରିଥିଲେ । କୋର୍ଟଙ୍କ ଏହି ଆଦେଶ ପରେ ସ୍ଥାୟୀ କମିଶନ ପାଇଁ ଯୋଗ୍ୟତା ବିବେଚିତ ହୋଇଥିବା ୬୧୫ ଅଧିକାରୀଙ୍କ ମଧ୍ୟରୁ ୪୨୪ ଜଣଙ୍କ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୧୪୭ ଜଣ ମହିଳା ଅଧିକାରୀଙ୍କୁ ସେନାର ସ୍ଥାୟୀ କମିଶନ ପଦବୀରେ ନିଯୁକ୍ତି ଦିଆଯାଇଛି ।

ଏହାବାଦା କିଛି ଆବେଦନକୁ ବିଚାର ପାଇଁ ରଖାଯାଇଛି । କିଛି ଆବେଦନକୁ ପ୍ରତ୍ୟାଖାନ କରାଯାଇଛି । ସେନା ପକ୍ଷରୁ ସୂଚନା ମିଳିଛି ଯେ, ୩୩ ଜଣ ମହିଳା ଅଧିକାରୀଙ୍କ ଏକ ବ୍ୟାଚ୍ ନିକଟରେ ଆର୍ମି ଓ୍ବାର କଲେଜ ମୋହୋରୁ ମିଡ୍ ଲେଭଲ୍ ଟାକ୍ଟିକାଲ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ ଶେଷ କରିଛନ୍ତି । ସମସ୍ତ ମହିଳା ଅଧିକାରୀ ଏହି ସ୍ପେଶାଲ ବୋର୍ଡରେ ଯୋଗ୍ୟ ବିବେଚିତ ହୋଇଥିଲେ । ଯେଉଁମାନେ ସ୍ଥାୟୀ କମିଶନ ଭାବେ ନିଯୁକ୍ତି ପାଇ ନ ଥିବେ ସେମାନେ ସର୍ବନିମ୍ନ ୨୦ ବର୍ଷ ଚାକିରି ପରେ ପେନସନ ପାଇବାକୁ ଯୋଗ୍ୟ ହେବେ ।

ଜୁନିୟର ବ୍ୟାଚରେ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ ନିଯୁକ୍ତ ମଧ୍ୟ ଡିସେମ୍ବର ୨୦୨୦ରୁ ଆରମ୍ଭ ହୋଇଛି । ଯେଉଁଥିରେ ସେମାନେ ସେମାନଙ୍କର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସ୍ଥାୟୀ କମିଶନ ପାଇଁ ବିବେଚିତ ହେବେ । ମହିଳା ଅଧିକାରୀମାନେ ସେମାନଙ୍କ ପୁରୁଷ ସହକର୍ମୀଙ୍କ ଭଳି ଚ୍ୟାଲେଞ୍ଜିଂ ନେତୃତ୍ବ ନେବେ, ଯାହା ସେନାକୁ ଅଧିକ ଶକ୍ତିଶାଳୀ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ