ମୁସଲିମ ବସ୍ତିରେ ଆରଏସଏସ ଶାଖା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୁସଲିମମାନଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଦେଶର ମୁସଲିମ ବହୁଳ ଇଲାକା ଗୁଡ଼ିକରେ ଅଢେଇଲକ୍ଷ ନୂଆ ଶାଖା ଖୋଲିବ । ସଂଘର ଗତକାଲି ଶେଷ ହୋଇଥିବା ୫ ଦିନିଆ ଚିତ୍ରକୂଟ ଚିନ୍ତନ ଶିବିରରେ ଏହି ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିଥିବା ଏହି ଗୁପ୍ତ ଶିବିରରେ ସଂଘ ପ୍ରମୁଖ ମୋହନ ଭାଗବତ, ସର କାର୍ଯ୍ୟବାହ ଦତ୍ତାତ୍ରେୟ ହୋସବୋଲେ ତଥା ପ୍ରାନ୍ତ ପ୍ରଚାରକ ଓ କ୍ଷେତ୍ରୀୟ ପ୍ରଚାରକଙ୍କ ସମତେ ୨୫୦ ପଦାଧିକାରୀ ଯୋଗଦେଇଥିଲେ ।

ଶିବିରର ସୁରକ୍ଷା ଓ ଗୋପନୀୟତା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଚିତ୍ରକୂଟର ଦୀନଦୟାଲ ଉପାଧ୍ୟାୟ ରିସର୍ଚ୍ଚ ଫାଉଣ୍ଡେସନରେ ଶିବିର ଆୟୋଜିତ ହୋଇଥିଲା । ଶିବିର ସ୍ଥଳର ପ୍ରାୟ ୩ କିଲୋମିଟର ବ୍ୟାସାର୍ଦ୍ଧ ଇଲାକାକୁ ବାରିକେଡ କରାଯାଇଥିଲା । ପାଞ୍ଚ ଜିଲ୍ଲା(ସତନା, ସୀଧୀ, ଶହଡୋଲୋ, ବାନ୍ଦା ଓ ଚିତ୍ରକୂଟ)ର ପୁଲିସ ଶିବିର ସ୍ଥଳରେ ପହରା ଦେଇଥିଲେ । ଶିବିରରେ ଭର୍ଚ୍ଚୁଆଲ ମାଧ୍ୟମରେ ଛୋଟବଡ଼ ହୋଇ ୧୫ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସଂଘ ପକ୍ଷରୁ ଜଣାପଡିଛି ଯେ, ମୁସଲିମ ରାଷ୍ଟ୍ରୀୟ ମଞ୍ଚର ସକ୍ରିୟତା ଯୋଗୁଁ ମୁସଲିମ ସମ୍ପ୍ରଦାୟର ଲୋକମାନେ ସଂଘ ସହ ଯୋଡ଼ି ହୋଇପାରୁନାହାନ୍ତି । ସେମାନେ ବିଜେପିଠାରୁ ଦୂରତା ବଜାୟ ରଖିଆସୁଛନ୍ତି । ତେଣୁ ସଂଘ ସହ ସେମାନଙ୍କ ସମ୍ପର୍କ ସ୍ଥାପନ ଉପରେ ଚିତ୍ରକୂଟ ଶିବିରରେ ଜୋର ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ