Masthead

ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା କରିଛି ଲାଲ୍ ବାହିନୀ । ମୃତକ ହେଉଛନ୍ତି ଖଜୁରିଗୁଡା ଗ୍ରାମର ଦାସ ଖେମୁଡି । ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ଖଜୁରିଗୁଡା ଗାଁରେ ପହଞ୍ଚି ଦାସ ଖେମୁଡିଙ୍କୁ ହତ୍ୟା କରିବା ସହ ଅନ୍ୟ ଦୁଇ ଜଣଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ନକ୍ସଲ ମାନେ ବିଏସଏଫ ଜବାନଙ୍କୁ ଟାର୍ଗେଟ କରି ଗତକାଲି ଗୋରାସେତୁ ଗାଁ ନିକଟରେ ଲେଣ୍ଡମାଇନ ଲଗାଇଥିଲେ । ହେଲେ ଜବାନମାନେ ଏହାକୁ ଠାବ କରିବା ସହ ନିଷ୍କ୍ରିୟ ମଧ୍ୟ କରିଥିଲେ । ହେଲେ ନକ୍ସଲ ପନ୍ଥିଙ୍କ ଲେଣ୍ଡମାଇନ ସଂପର୍କରେ ଦାସ ଖେମୁଡି ପୋଲିସକୁ ଖବର ଦେଇଥିବା ନକ୍ସଲମାନଙ୍କ ପକ୍ଷରୁ କୁହାଯାଇଛି । ଘଟଣା ସ୍ଥଳରେ ବିଏସଏଫ ଜବାନ ପହଞ୍ଚି କୁମିଂ ଅପରେସନ ଆରମ୍ଭ କରିଥିବା ବେଳେ ଜୋଡାମ୍ବ ପୋଲିସ ମୃତ ଦେହ ଉଦ୍ଧାରକରି ଶବ ବ୍ୟବଛେଦ ପାଇଁ ପଠାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା