Before Header

ଜାଣନ୍ତୁ ଚିନୁକର କ୍ଷମତା

0 51

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱାସକୁ ଆମେ ଶକ୍ତିରେ ପରିଣତ କରୁ । ଶତ୍ରୁ ସିଧାସାଧା କଥା ନମାନିଲେ ଆମେ କରୁ ପ୍ରଚଣ୍ଡ ପ୍ରହାର । ପ୍ରଥମେ ଆଟାକ୍ ତା’ପରେ କାମ୍ ତମାମ । ଆଉ ଏଥିପାଇଁ ଭାରତୀୟ ସେନା ଗର୍ବିତ ଯେ ଆମ ପାଖରେ ଅଛି ଚିନୁକ୍ । ଯିଏ ସର୍ବଶ୍ରେଷ୍ଠ, ସର୍ବବୃହତ, ସର୍ବଶକ୍ତିମାନ । ଦୁନିଆରେ ସେଭଳି ଆଉ କିଛି ନାହିଁ ଯିଏ ୟାର ସମକକ୍ଷ । ପାହାଡ ହେଉ ବା ଜଙ୍ଗଲ । ନିଜ ଓଜନ ଯେତେ, ଆଉ ସେତିକି ଓଜନର ଜିନିଷ ବୋହି ନେବାର ଅଛି ଶକ୍ତି । ଚିନୁକ୍ ଡବଲ ଇଞ୍ଜିନ ହେଲିକ୍ୟାପ୍ଟର । ଆମର ବିଶ୍ୱାସକୁ ଆମେ ଶକ୍ତିରେ ପରିଣତ କରୁ । ଶତ୍ରୁକୁ ସୁଯୋଗ ତ ଦୂରର କଥା ଆଖି ମିଟିକା ମାରିବା ପାଇଁ ସୁଯୋଗ ହେଉନା । ସିଧା ସିଧା । ନହେଲେ ଆମେ କରୁ ପ୍ରଚଣ୍ଡ ପ୍ରହାର ।

ଡାଇରେକ୍ଟ ଆଟାକ୍ । ତାପରେ କାମ୍ ତମାମ୍ । ସର୍ବଶ୍ରେଷ୍ଠ, ସର୍ବବୃହତ, ସର୍ବଶକ୍ତିମାନ । ଦୁନିଆରେ ୟାଠୁ ଆଉ ସେଭଳି କିିଛି ନାହିଁ ଯିଏ ୟାର ସମକକ୍ଷ । ଭାରତୀୟ ବାୟୁସେନାର ଶକ୍ତି । ତା’ର ଓଜନ ଯେତେ, ଆଉ ସେତିକି ଓଜନର ଜିନିଷ ବୋହି ନେବାର ଅଛି ଶକ୍ତି । ଭାରତୀୟ ବାୟୁସେନାର ମେରୁଦଣ୍ଡ । ହେବି ଲିଫ୍ଟ ଚିନୁକ୍ ହେଲିକ୍ୟାପଟର । ଜଙ୍ଗଲ, ପାହାଡ, ଖୋଲାସ୍ଥାନ । ସବୁଠି ଚିନୁକର ରାଜ୍ । ସୈନିକ ହେଉ ବା ଯେକୌଣସି ଜିନିଷ । ଠିକ୍ ସମୟରେ, ଠିକ୍ ସ୍ଥାନରେ ପହଂଚାଇବାରେ ଚିନୁକ୍ ଠୁ ଆଗରେ କେହି ନୁହେଁ । ଲ୍ୟାଣ୍ଡ କରିବାର ସୁବିଧା ନଥିଲେ ମଧ୍ୟ ଜିନିଷକୁ ତଳକୁ ପହଂଚାଇପାରେ ଚିନୁକ୍ । ଆଧୁନିକ ଟ୍ରାନ୍ସପୋର୍ଟ ହେଲିକ୍ୟାପ୍ଟର ଚିନୁକ୍ । ଚିନୁକ୍ ପାଖରେ ଯାହା ସୁବିଧା ଅଛି ଅନ୍ୟ ପାଖରେ ନାହିଁ ।

୧୦ରୁ ୧୨ ଟନ୍ ଓଜନ ନେଇ ଆକାଶରେ ଉଡିବାର କ୍ଷମତା ରଖେ । ଓଜନ ସହ ଏକ ହଜାର ଫୁଟ ଉଚ୍ଚରେ ଉଡିବାରେ ସକ୍ଷମ । ଦିନ ହେଉ ଅବା ରାତି ସବୁବେଳେ କାମ କରିବାରେ ମାହିର । ଅପରେସନରର ବାଦଶାହା । ଚିନୁକର ଗଠନ ଶୈଳୀ ଅନ୍ୟ ହେଲିକ୍ୟାପ୍ଟରଠାରୁ ଭିନ୍ନ । ଚିନୁକରେ ଥିବା ଦୁଇ ରୋଟର ତାକୁ ଅଧିକ ପରାକ୍ରମୀ, ଶକ୍ତି ଯୋଗାଏ । ଏକାଥରକେ ୫୪ ଜଣ ସୈନ୍ୟଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇପାରିବ ଚିନୁକ । ଖାଲିଯେ ଏତିକି ନୁହେଁ ୨୪ଟି ଷ୍ଟ୍ରେଚର ରହିବାର ବ୍ୟବସ୍ଥା ହୋଇପାରିବ । ଯଦି କୌଣସି ବଡ ଜିନିଷ ଚିନୁକ୍ ଭିତରେ ଯାଇପାରିବ ନାହିଁ ତାହେଲେ ତଳେ ଥିବା ୩ ହୁକ୍ ନିଆଯାଏ ସାହାରା । ଡବଲ ଇଞ୍ଜିନରେ ପ୍ରସ୍ତୁତ ଚିନୁକ ହେଲିକ୍ୟାପ୍ଟର । ଚିନୁକ୍କୁ ତିଆରି କରିଛି ଆମେରିକା କମ୍ପାନୀ ବୋଇଙ୍ଗ ଡିଫେନ୍ସ । ଆମେରିକା ୱାଶିଂଟନ ରାଜ୍ୟର ମୂଳ ଆମେରିକୀୟ ବାସିନ୍ଦାଙ୍କଠାରୁ ଆସିଛି ଚିନୁକର ନାଁ । ଚିନୁକକୁ ଖାଲି ଯେ ଭାରତୀୟ ବାୟୁସେନା ବ୍ୟବହାର କରୁଛି ତାହା ନୁହେଁ, ଆମେରିକା, ଜାପାନ, ଇରାକ, ଭିଏତନାମ୍ ଭଳି ଅନେକ ଉନ୍ନତ ଦେଶ ଚିନୁକର ଶକ୍ତିକୁ ପରଖି ସାରିଛନ୍ତି । ଛୋଟ ହେଲିପ୍ୟାଡରେ ମଧ୍ୟ ଅବତରଣ କରିପାରିବ ଚିନୁକ୍ । ଆର୍ଟଲେରୀ ଗନକୁ ଅତି ସହଜରେ ଉଠାଇ ନେଇପାରେ ।

ଚିନୁକକୁ ଅପରେଟ କରନ୍ତି ୩ଜଣ ପାଇଲଟ । ଘଣ୍ଟା ପ୍ରତି ବେଗ ୨୩ଶହ କିଲୋମିଟର । ଚିନୁକରେ ମେସିନ ଗନ୍ ଲାଗାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହା ଫଳରେ ଶତ୍ରୁକୁ ମାରିବାରେ ସକ୍ଷମ ହୋଇପାରିବ । ଚିନକକୁ ନେଇ ୨୦୧୫ରେ ଭାରତ-ଆମେରିକା ମଧ୍ୟରେ ହୋଇଥିଲା ଚୁକ୍ତି । ଏହି ଚୁକ୍ତି ଅନୁସାରେ ଭାରତକୁ ଆମେରିକା ୧୫ଟି ଚିନୁକ୍ ଦେବ । ଆଉ ଏହାରି ଭିତର କାର୍ଯ୍ୟ ଆରମ୍ଭ ହୋଇ ଧିରେ ଧିରେ ଭାରତୀୟ ବାୟୁସେନାକୁ ମିଳୁଛି ଚିନୁକ୍ । ଭାରତୀୟ ବାୟୁସେନାର ଗେମ ଚେଞ୍ଜର ହେଲିକ୍ୟାପ୍ଟର ଚିନୁକ୍ । ଖାଲି ଯେ ବାୟୁସେନାକୁ ଚିନୁକ୍ ଅଧିକ ସାହର୍ଯ୍ୟ କରିବ ତାନୁହେଁ ବିପର୍ଯ୍ୟୟ ସମୟରେ ମଧ୍ୟ ଦେଶକୁ ବଂଚାଇବ ।

ଫସିଥିଲା ଲୋକଙ୍କୁ ସଠିକ ସ୍ଥାନରେ ପହଂଚାଇ ପାଇର୍ ମଧ୍ୟ ବ୍ୟବହାର ହୋଇପାରିବ ଚିନୁକ । ପ୍ରଥମ ଥର ୧୯୬୨ରେ ଚିନୁକ୍ ଉଡିଥିଲା ଆକାଶରେ । ୨୦୦୭ ଫେବ୍ରୁଆରୀରେ ବିଦେଶ ଦେଶ ଭାବରେ ନେଦରଲ୍ୟାଣ୍ଡ ୧୭ଟି ଚିନୁକ କିଣିଥିଲା । ୨୦୦୯ରେ କାନାଡ଼ା ୧୫ଟି ଚିନୁକ କିଣିଥିଲା । ୨୦୦୯ ଡ଼ିସେମ୍ବରରେ ବ୍ରିଟେନ କିଣିଥିଲା ୨୪ ଚିନୁକ୍ ହେଲିକ୍ୟାପ୍ଟର । ୨୦୧୦ରେ ଅଷ୍ଟ୍ରେଲିଆ ପ୍ରଥମେ ୭ ଓ ପରେ ଆଉ ୩ଟି କଣିଥିଲା । ୨୦୧୬ରେ ୧୫ଟି ଚିନୁକ୍ କିଣିବା ପାଇଁ ଅଡର ଦେଇଥିଲା ସିଙ୍ଗାପୁର । ଭାରତୀୟ ବାୟୁ ସେନାର ବଢିଛି ଶକ୍ତି । କାରଣ ଆମ ପାଖରେ ଅଛି ଚିନୁକ୍ । ଯେକୌଣସି ପରିସ୍ଥିତିରେ ମଧ୍ୟ ଏଣିକି କାର୍ଯ୍ୟକରିପାରିବେ ଦେଶର ସେନା । ଚିନୁକ ଆସିବା ଫଳରେ ରକ୍ଷା କ୍ଷେତ୍ରରେ ଆଗକୁ ବଢିବ ଭାରତ ।

Leave A Reply

Your email address will not be published.