Masthead

ଦୁଇ ଭଉଣୀଙ୍କ ସଲୀଳ ସମାଧି

କାଲିମେଳା (ବଡ଼ ଖବର ବ୍ୟୁରୋ): ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀ ଜୀବନ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ ପୁଷୁଗୁଡା ପଞ୍ଚାୟତରେ ମୁକାନପାଲ୍ଲୀ ଗ୍ରାମରେ ଘଟିଛି ଏଭଳି ବଡ଼ ଅଘଟଣ । ମୃତ ଦୁଇଶିଶୁଙ୍କ ମଧ୍ୟରୁ ଜଣଙ୍କର ବୟସ ୩ ହୋଇଥିବା ବେଳେ ଅନ୍ୟଜଣକର ୬ ବୋଲି ସୂଚନା ମିଳିଛି । ଉକ୍ତ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିବା ସହ ଦୁଇ ଶିଶୁର ଶବକୁ ଜବଦ କରି ତଦନ୍ତ ଆରମ୍ଭ କରିଛନ୍ତି ।

ମୁକାନପାଲ୍ଲୀ ଗ୍ରାମର ଉପେଲ ଗଙ୍ଗାଙ୍କ ସ୍ତ୍ରୀ ଘରଠାରୁ ୫ ଶହ ମିଟର ଦୁରରେ ଥିବା ବିଲକୁ ଦୁଇ ଝିଅଙ୍କୁ ସାଙ୍ଗରେ ନେଇ ଧାନ କାଟିବାକୁ ଯାଇଥିଲେ । ମା’ ଧାନକାଟୁଥିବା ସମୟରେ ଏହି ଦୁଇ ଭଉଣୀ ପାଖରେ ଥିବା ଏକ ଗାଡିଆ ନିକଟରେ ବସିଥିଲେ । ଏହି ସମୟରେ ସାନ ଝିଅଟି ଖେଳୁଖେଳୁ ପାଣିରେ ପଡିଯାଇଥିଲା । ସାନଭଉଣୀ ପାଣିରେ ବୁଡିଯାଇଥିବା ଦେଖି ବଡଭଉଣୀ ତାକୁ ରକ୍ଷା କରିବାପାଇଁ ପାଣିକୁ ଯାଇଥିଲା । ତେବେ ଉକ୍ତ ଗାଡିଆରେ ପାଣି ଅଧିକ ଥିବାରୁ ଦୁଇ ଭଉଣୀ ବୁଡ଼ିଯାଇଥିଲେ । କିଛି ସମୟ ପରେ ମା’ ଆସି ଖୋଜାଖୋଜି କରିବା ପରେ ପାଣି ଭିତରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଦୁଇ ଭଉଣୀର ପ୍ରାଣବାୟୁ ଉଡିଯାଇଥିଲା । ପୋଲିସ ନିଜ ଆଡ଼ୁ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କାଲିମେଳା ମେଡିକାଲକୁ ପଠାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ