Masthead

ବଦଳିବ ଉଠାଦୋକାନୀଙ୍କ ଭାଗ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଉଚ୍ଛେଦ କରାଯାଇଥିବା ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବ । ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ମଲ୍ଟି ପାର୍କିଂ ସ୍ଥଳର ସୌନ୍ଦର୍ଯ୍ୟକରଣ ପାଇଁ ଉକ୍ତ ଅଞ୍ଚଳରୁ ଉଚ୍ଛେଦ କରାଯାଇଥିବା ଉଠାଦୋକାନୀଙ୍କୁ କରାଯିବ ଥଇଥାନ। ଏ ନେଇ ଆଜି ନନ୍ଦନକାନନ ପ୍ରାଣୀଉଦ୍ୟନର କନଫରେନ୍ସ ହଲରେ ସଭା ଅନୁଷ୍ଠିତ ହୋଇଯାଇଛି । ନନ୍ଦନକାନନ ଉପନିର୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପରିବାରର ଗୁଜୁରାଣ ମେଣ୍ଟାଉଥିବା ୪୬ ଜଣ ଉଠାଦୋକାନୀଙ୍କ ଥଇଥାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ନନ୍ଦନକାନନ ସମ୍ମୁଖରେ ଜାଗା ଚିହ୍ନଟ କରି ଥାଇଥାନ କରାଯାଉ ବୋଲି ଦାବି କରିଛନ୍ତି ଉଠାଦୋକାନୀଙ୍କ ସମେତ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ । ସେପଟେ ନନ୍ଦନକାନନ କାର୍ତ୍ତୃପକ୍ଷ ବଣିକ ସଂଘର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଖୁବଶୀଘ୍ର ଜାଗା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ନନ୍ଦନକାନନ ଉପନିର୍ଦେଶକ ।

ନନ୍ଦନକାନନ ମୁଖ୍ୟଫାଟକ ସମ୍ମୁଖର ଉଭୟ ପାର୍ଶ୍ଵରେ ୪୬ ଜଣ ଉଠାଦୋକାନୀ ଦୀର୍ଘ ବର୍ଷଧରି ବ୍ୟବସାୟ କରିଆସୁଥିଲେ। ନନ୍ଦନକାନନ ପ୍ରାଣୀଉଦ୍ୟନର ମୁଖ୍ୟଫାଟକର ସୌନ୍ଦର୍ଯ୍ୟକରଣ ଓ ମଲ୍ଟିପାର୍କିଂ ସ୍ଥଳର ସୌନ୍ଦର୍ଯ୍ୟକରଣ ଦାୟିତବ ନେଇଛି ଭୁବନେଶ୍ବର ଗୃହ ନିର୍ମାଣ ଡିଭିଜନ-୩ । ଡିଭିଜନର ଅନୁରୋଧ କ୍ରମେ ବିଡିଏ ତରଫରୁ ୪୬ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ତେବେ ଦୋକାନ ଉଛେଦକୁ ନେଇ ନନ୍ଦନକାନନ ବଣିକ ସଂଘ ଉଦବେଗ ପ୍ରକାଶ କରିଥିଲା । ସମସ୍ତ ଦୋକାନୀଙ୍କୁ କିପରି ଥଇଥାନ କରାଯିବ ସେନେଇ ନନ୍ଦନକାନନ କର୍ତ୍ତୃପକ୍ଷ, ଭୁବନେଶ୍ୱର ବିଜେଡି ସଭାପତି ସୁବାସ ପାତ୍ରଙ୍କ ସମେତ ଜିଲ୍ଲାପରିଷଦ ସଭ୍ୟ କୁନାଲ ରାଉତ, ସରପଞ୍ଚ ପବିତ୍ର ପାତ୍ର, ସମିତିସଭ୍ୟା ଝୁନା ରାଉତ, ବଣିକସଂଘର ସଭାପତି, ସମ୍ପାଦକ ପ୍ରମୁଖ ଉକ୍ତ ବୈଠକରେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା