Masthead

୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା

ଯାଜପୁର( ବଡ଼ ଖବର ବ୍ୟୁରୋ): ୩୨ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶତ ପ୍ରତିଶତ ପାସହାର କରି ଏକ ନୂଆ ପରିଚୟ ସୃଷ୍ଟି କରିଛି ଯାଜପୁର ରୋଡ ଦଳା ଛକ ସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ସମୃଦ୍ଧି। ତେବେ ଚଳିତ ଶିକ୍ଷା ବର୍ଷ ୨୦୨୩-୨୫ ରେ ମାତ୍ର ୮ ମାସ ଧରି ନୂଆ କରି ଆରମ୍ଭ ହୋଇଥିବା ଶିକ୍ଷା ସମୃଦ୍ଧି ୩୨ ଜଣ ଆର୍ଟସ ପିଲାଙ୍କୁ ନେଇ ଆରମ୍ଭ କରିଥିଲା ସଂକଳ୍ପ ବ୍ୟାଚ୍। ଆଉ ଏହି ସଂକଳ୍ପ ବ୍ୟାଚର ଶତ ପ୍ରତିଶତ ରେଜଲ୍ଟ କରି ଦେଖାଇଛି ଶିକ୍ଷା। ଏହି ବ୍ୟାଚରେ ପ୍ରଥମ ଶ୍ରେଣୀରେ ୧୮ଜଣ ପାସ୍ କରିଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୧୦ଜଣ ତଥା ତୃତୀୟ ଶ୍ରେଣୀରେ ୪ ଜଣ ପାସ୍ କରିଛନ୍ତି। ଏଥିରେ ସର୍ବାଧିକ ତେଜସ୍ଵିନୀ ସାହୁ ୪୭୧ ମାର୍କ ରଖି କୋଚିଂ ଟପ୍ପର ହୋଇଥିବା ବେଳେ କଲେଜର ଟପ୍ ୪ ସ୍ଥାନରେ ରହିଛନ୍ତି।

ସ୍ବପ୍ନା ଦଳେଇ (୪୬୧ ମାର୍କ ), ନିବେଦିତା ସ୍ୱାଇଁ (୪୫୨ ମାର୍କ), ଲକ୍ଷ୍ମୀପ୍ରିୟା ସାହୁ (୪୫୦ ମାର୍କ)
, ଓମ୍ ପ୍ରକାଶ ବାରିକ (୪୩୭ ମାର୍କ), ସିଲିଆ ପ୍ରିୟଦର୍ଶିନୀ ସ୍ୱାଇଁ (୪୨୩ ମାର୍କ), ଲିପ୍ସା ରାଉତ (୪୨୧ ମାର୍କ), ସନ୍ତୋସିନି ମାଝୀ (୪୦୯ ମାର୍କ), ଲକ୍ଷ୍ମୀପ୍ରିୟା ଦାସ (୩୯୮ ମାର୍କ), ସୁଚିତ୍ରା ପାଢ଼ୀ (୩୮୩ ମାର୍କ), ମୋନାଲିସା ସାହୁ (୩୮୯ ମାର୍କ), ସିବୁ ଶ୍ରୀବାସ୍ତବ ( ୩୭୦ ମାର୍କ),ମୋନାଲି ରାଉତ (୩୬୨ ମାର୍କ), ଅଞ୍ଜନା ମହାକୁଡ଼ (୩୬୧ ମାର୍କ), ଲିସା ମଲିକ (୩୫୪ ମାର୍କ) ରଖି ଶିକ୍ଷାନୁଷ୍ଠାନ ପାଇଁ ଗୌରବ ସୃଷ୍ଟି କରିଛନ୍ତି। ତେବେ ରେଜଲ୍ଟକୁ ନେଇ ଶିକ୍ଷାନୁଷ୍ଠାନର ଶିକ୍ଷକ ସତ୍ୟଜିତ ପଣ୍ଡା, ସନ୍ତୋଷ କୁମାର ଗୁରୁ, ଆଦିତ୍ୟ ନାରାୟଣ ଖୁଣ୍ଟିଆ, ଦୁର୍ଗାଶଙ୍କର ପାଢ଼ୀ, ହୃଷୀକେଶ ଗୁରୁ ପ୍ରଭୃତି ପିଲାମାନଙ୍କର ଆଗାମୀ ଭବିଷ୍ୟତ ଆହୁରି ଉଜ୍ଜ୍ଵଳମୟ ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ