Masthead

ଦଶଦଫା ଦାବି ନେଇ ସରକାରଙ୍କୁ ଘେରିଲେ କର୍ମଚାରୀ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଦଶ ଦଫ ଦାବି ନେଇ ସରକାରଙ୍କୁ ଘେରିଲେ ମାଲକାନଗିରି ଜିଲ୍ଲାର ଦୁଇ ପୌରପାଳିକା ସ୍ବଚ୍ଛ ସାଥି ଏବଂ ସୁପରଭାଇଜର। ଲୋକସଭା ନିର୍ବାଚନ ପୂର୍ବରୁ ଯଥାକ୍ରମେ ୮/୧୨ ହଜାର ଟଙ୍କା ଦରମା ଦିଆଯିବ ବୋଲି ମିଳିଥିଲା ପ୍ରତିଶ୍ରୁତି। ହେଲେ ଏଯାଏଁ ହେଲାନି କାର୍ଯ୍ୟକାରୀ। ବର୍ଦ୍ଧିତ ଦରମା ସହ ଏରିଅର , ସମସ୍ତ ପ୍ରତିଶ୍ରୁତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଅବୈତନିକ ଛୁଟି, ୟୁଜର୍ସ ଫି ଆଦାୟ ବେଳେ ଦୁର୍ବ୍ୟବହାରର ପ୍ରତିକାର, ୟୁଜର୍ସ ଫି ସହ ଦରମାକୁ ସଂଯୁକ୍ତ , ସାମାଜିକ ସୁରକ୍ଷା , ବୀମା , ପୋଷାକ ପ୍ରଦାନ ସହ ଇପିଏଫ ଏବଂ ଇଏସଆଇ ସୁବିଧା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

ଖାଲି ସେତିକି ନୁହେଁ ସ୍ବଚ୍ଛ କାର୍ଯ୍ୟରେ ନିୟୋଜିତଙ୍କ ତଦାରଖ କର୍ପୋରେଟର କିମ୍ବା କାଉନସିଲରଙ୍କ ଦ୍ବାରା କରା ନଯିବ ସମସ୍ତ ଦାବି ନେଇ ସରକାରଙ୍କୁ ଘେରିଛନ୍ତି । ହଦି ଦାବି ପୂରଣ ନହୁଏ ଆଗାମୀ ୧୯ରେ ଭୁବନେଶ୍ୱର ଠାରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସ୍ବଚ୍ଛ ସାଥି ଏବଂ ସୁପରଭାଇଜର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ