ଶବର ଲମ୍ବା ଧାଡି, ଲିଭୁନି ଜୁଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନ୍ୟାସନାଲ କ୍ୟାପିଟାଲ ଦିଲ୍ଲୀରେ କରୋନା ସ୍ଥିତି ବେହାଲ । ଗତ ୨୪ଘଣ୍ଟା ଭିତରେ ଦିଲ୍ଲୀରେ ୨୮ହଜାର ୩୯୫ ନୂଆ ପଜିଟିଭ କେସ ରେକର୍ଡ କରାଯାଇଛି । ସେହିପରି ୨୭୭ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ  ୯ଟି ସେଣ୍ଟ୍ରାଲ ଡାକ୍ତରଖାନା, ୧୫୪ଟି ଦିଲ୍ଲୀ ସରକାରଙ୍କ ଡାକ୍ତରଖାନା ଓ ୪୫୮ଟି ଘରୋଇ ଡାକ୍ତରଖାନା ରହିଛି । ନୂଆଦିଲ୍ଲୀ ଉପକଣ୍ଠ ଗାଜିଆବାଦ ଅଞ୍ଚଳରେ ଗତ ୧୫ଦିନରେ ୪୫୦ରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ଗଙ୍ଗାରାମ, ମାକ୍ସ ପ୍ରଭୃତି ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ରୋଗୀ ସେବା ଗୁରୁତର ପ୍ରଭାବିତ ହୋଇଛି । ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକ ସଂଖ୍ୟକଠାରୁ ଅଧିକ କରୋନା ରୋଗୀ ଚିକିତ୍ସିତ ହେଉଥିବାରୁ ବିଷମ ପରିସ୍ଥିତି ଲାଗିରହିଛି । ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ପ୍ରତିଦିନ ଶହ ଶହ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି । ଗାଜିଆବାଦର ହିଣ୍ଡନ ଶ୍ମଶାନରେ ଜୁଇ ଲିଭୁନି । ଶବର ଲମ୍ବା ଧାଡି ।

ଡାକ୍ତରଖାନାଗୁଡିକୁ ଅକ୍ସିଜେନ୍ ତୁରନ୍ତ ଯୋଗାଇ ଦିଆନଗଲେ ମହାମାରୀ ପରିସ୍ଥିତି ସୃଷ୍ଟି ହେବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶେଷୋଦିଆ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦିଲ୍ଲୀର ବିଭିନ୍ନ ଡାକ୍ତରଖନାକୁ ମଙ୍ଗଳବାର ୪୫୦୦ ଓ ବୁଧବାର ୬ ହଜାର କ୍ୟୁବିକ୍ ମିଟର ଅକ୍ସିଜେନ୍ ବିଭିନ୍ନ ଡାକ୍ତରଖାନାକୁ ଯୋଗାଇ ଦିଆଯାଇଛି । ତଥାପି ୧୧ହଜାର କ୍ୟୁବିକ୍ ମିଟର ଅକ୍ସିଜେନ୍ ଯୋଗାଣର ଆବଶ୍ୟକତା ରହିଛି । ରୋଗୀଙ୍କ ତୁଳନାରେ କମ୍ ଅକ୍ସିଜେନ୍ ଯୋଗାଣ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’