Masthead

କଂଗ୍ରେସ ଉପରେ ବର୍ଷିଲେ ମମତା

କୋଲକାତା(ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ପଶ୍ଚିମବଙ୍ଗରେ ଉପନିର୍ବାଚନ । ଏନେଇ ଟିଏମସି ଦଳ ବେଶ ଚଳଚଞ୍ଚଳ ହୋଇ ଉଠିଛି । କେତେବେଳେ ମମତା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଗର୍ଜୁଥିବା ବେଳେ ଆଉ କେତେବେଳେ ନିଜର ପ୍ରତିଦ୍ୱନ୍ଦୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ଦଳକୁ ଟାର୍ଗେଟ କରି ଗର୍ଜି ଥିବାର ଦେଖିବାକୁ ମିଳିଥିଲା ।

ତେବେ କଂଗ୍ରେସ ଓ ବିଜେପି ହାତ ମିଳାଇଛନ୍ତି। ଏହି ଦୁଇ ଜାତୀୟ ରାଜନୈତିକ ଦଳର ଭିତିରି ସଂପର୍କ ରହିଛି। , ମୁଁ ସିପିଏମ ବିରୋଧରେ ୩୦ ବର୍ଷ ଲଢେଇ କଲି। ମୁଁ କଂଗ୍ରେସ ପାର୍ଟି ଏଥିପାଇଁ ଛାଡିଲି କାରଣ ସିପିଏମ ସହ ଏହି ଦଳର ସଂପର୍କ ଥିଲା, ଯାହା ଆଜି ପର୍ୟ୍ୟନ୍ତ ଜାରି ରହିଛି। ଏହି ଦଳ ବିଜେପି ସହ ମଧ୍ୟ ଭିତିରି ସଂପର୍କ ରଖିଛି। କିନ୍ତୁ ଆମେ ବିଜେପିକୁ ଦେଶରୁ ବିଦା କରିବାକୁ ପ୍ରତିଶୃତି ଦେଇଛୁ ବୋଲି ଭବାନୀପୁରରୁ ଉପ ନିର୍ବାଚନ ଲଢୁଥିବା ମମତା ବାନାର୍ଜୀ ଏକ ସଭାରେ କହିଛନ୍ତି । ଅନ୍ୟପଟେ ମମତାଙ୍କୁ ମୋଦିଙ୍କ ବିରୋଧରେ ୨୦୨୪ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେବା ସମୟରେ କଂଗ୍ରେସ ଏହାକୁ ବିରୋଧ କରିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା