Masthead

୨୪ଇଲେକ୍ସନ ଥିବାରୁ ରାଜ୍ୟ ସରକାର ଗୋଲାପି ଚିତ୍ର ଆଙ୍କିବା ପାଇଁ ପ୍ରସ୍ତୁତ ହେଉଛନ୍ତି: ମୋହନ ମାଝି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ବଜେଟ ଆସିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି। କହିଛନ୍ତି ଆସନ୍ତାକାଲି ୨୦୨୨-୨୩ପାଇଁ ଯେଉଁ ବଜେଟ୍ ଆସିବ ତାହା ପୂର୍ଣ୍ଣାଙ୍ଗ ବଜେଟ୍ ହେବ।୨୪ଇଲେକ୍ସନ ଥିବାରୁ ରାଜ୍ୟ ସରକାର ଗୋଲାପି ଚିତ୍ର ଆଙ୍କିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଆପଣ ଅତୀତରେ ଜାଣିଥିବେ ଭୋଟ ପାଇବା ପାଇଁ ଅନେକ ଯୋଜନା ଆଣନ୍ତି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ କାର୍ଯ୍ୟକାରୀ କରନ୍ତି ନାହିଁ। କାଳିଆ ଯୋଜନାରେ ୧୦ହଜାର ଦେବେ ବୋଲି କହିଥିଲେ କିନ୍ତୁ ବାସ୍ତବରେ କେତେ ଟଙ୍କା ଦେଉଛନ୍ତି ।

୪ହଜାର ଟଙ୍କା ଲେଖାଏଁ ଦେଉଛନ୍ତି ତାହା ପୁଣି ପର୍ବପର୍ବାଣୀ ହେଲେ ବର୍ଷକୁ ଥରେ ଦୁଇ ଥର କେତେ ବେଳେ କେମିତି। ଏମିତି କାଳିଆ, ବଳିଆ, ପିଠା,ଆମ ଗାଁ ଆମ ବିକାଶ ଯୋଜନା କରିଛନ୍ତି ସତ କିନ୍ତୁ ତାର ଚିହ୍ନବର୍ଣ୍ଣ ନାହିଁ। ସେ ଦୃଷ୍ଟି କୋଣରୁ ଲୋକପ୍ରିୟତା ପାଇଁ କିଛି ଯୋଜନା ରଖିପାରନ୍ତି। ବିଭିନ୍ନ ରଜସ୍ୱ ଆସିବା କଥା ଏ ବର୍ଷ କମି ଯାଇଛି। ଖଣି ରୁ ୮ହଜାରରୁ ଅଧିକ କୋଟି ଟଙ୍କା ଅର୍ଥ ଆଦାୟ କରିପାରିନାହାନ୍ତି ସରକାର। ରାଜସ୍ଵ ଆଦାୟ କରିବାର ଅପାରଗତା ମଧ୍ୟ ଏ ସରକାରରେ ପ୍ରତିଫଳତ ହେଉଛି। ଯେଉଁଥିପାଇଁ ଏ ବର୍ଷ ନିଅଣ୍ଟିଆ ବଜେଟ ହେବାର ବହୁତ ସମ୍ଭାବନା ଅଛି। ଯାହା ପାଇଁ ଋଣ ଗ୍ରସ୍ତ ହେବେ ସରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି