Masthead

ବୈଠକକୁ ଆସିବେନି ମମତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନକ ପରେ ଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ । ଏଥିରେ ସାମିଲ ହେବେନି ମମତା ବାନାର୍ଜି । ଅନ୍ୟ କାର୍ଯ୍ୟକ୍ରମ ଥିବା କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କହିଲେ ବୈଠକ ସମ୍ପର୍କରେ ମିଳିନଥିଲା ଆଗୁଆ ସୂଚନା । ଇଣ୍ଡିଆ ମେଣ୍ଟରେ ଫାଟ ହୋଇଥିବା ଚର୍ଚ୍ଚା । ସେପଟେ ଇଣ୍ଡିଆ ମେଣ୍ଟର କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା ଏହାକୁ ନେଇ ମଧ୍ୟ ଆରମ୍ଭ ହୋଇ ଯାଇଛି ଟକ୍କର । କଂଗ୍ରେସର ପରାଜୟ ପରେ, ନୀତୀଶ କୁମାରଙ୍କୁ ବିରୋଧୀ ମେଣ୍ଟର ବିଶ୍ୱସନୀୟ ଚେହେରା କରିବାକୁ ଜେଡିୟୁ ପକ୍ଷରୁ ଦାବି କରାଯାଇଛି ।

ଇଣ୍ଡିଆ ମେଣ୍ଟର ନେତୃତ୍ୱ ନୀତୀଶ କୁମାର ନେବା ଉଚିତ ବୋଲି ଦଳ ପକ୍ଷରୁ ମଧ୍ୟ ବହୁବାର କୁହାଯାଇଛି । ଏହାରି ଭିତରେ ଇଣ୍ଡିଆ ମେଣ୍ଟର ଚେହେରା ମଲ୍ଲିକାର୍ଜୁନ ଖଡଗେଙ୍କୁ କରିବାକୁ କଂଗ୍ରେସ ନିଷ୍ପତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଅନ୍ୟପଟେ ବିରୋଧୀ କହିଛନ୍ତି ଗୋଟିଏ ପଟେ ପରାଜୟର ଦୁଃଖ, ତ ଅନ୍ୟପଟେ ଇଣ୍ଡିଆ ମେଣ୍ଟରେ ଫାଟ ବିରୋଧୀ ଗୋଷ୍ଠୀଙ୍କୁ ଦୁର୍ବଳ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ