ଟିଏମସିର ଦୁଇ ବିଧାୟକଙ୍କୁ ବିଜେପିର ନୋଟିସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ପଶ୍ଚିମବଙ୍ଗ ରାଜନୀତିରେ ଭିନ୍ନ ଭିନ୍ନ ମୋଡ ସୃଷ୍ଟି ହେବାରେ ଲାଗିଛି । ଇତିମଧ୍ୟରେ ବର୍ତ୍ତମାନ ବିଜେପିକୁ ଛାଡି ଶାସକ ଦଳରେ ମିଶିଥିବା ବିଧାୟକଙ୍କୁ ଭାରତୀୟ ଜନତା ପାର୍ଟି ଆଇନଗତ ନୋଟିସ ଜାରି କରିଛି । ତେବେ ଏହି ଦୁଇ ବିଧାୟକ ହେଉଛନ୍ତି ତନ୍ମୟ ଘୋଷ ଓ ବିଶ୍ୱଜିତ ଦାସ । କିଛିଦିନ ପୂର୍ବରୁ ଉଭୟ ନେତା ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ । ଏହା ଛଡା ଜୁନ ୧୧ ତାରିଖରେ ମୁକୁଲ ରୟ ବିଜେପି ଛାଡି ପୁଣିଥରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ।

ଅପରପକ୍ଷେ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ତୃଣମୂଳ ନେତା ବିଜେପିରେ ମିଶିଥିଲେ । ଏପରିକି ମମତା ବାନାର୍ଜୀଙ୍କର ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ମିଶିଥିଲେ । ଏହା ସତ୍ତେ୍ୱ ରାଜ୍ୟ ବିଧାନସଭା ନିର୍ବାଚନରେ ୨୯୪ଟି ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ ୨୧୩ଟି ଆସନରେ ବିଜୟ ଲାଭ କରିଥିଲା । ବିଜେପି କେବଳ ୭୭ଟି ନିର୍ବାଚନମଣ୍ଡଳୀରେ ଜିତିବାରେ ସଫଳ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!