Masthead

ବିଶ୍ବ ଦେଖିବ ଭାରତୀୟ ନୌସେନାର ବୀରତ୍ବ ଓ ପରାକ୍ରମ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ନୌସେନା ଦିବସ। ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ନୌସେନା ଦିବସ ଅବସରରେ ଯବାନମାନେ ଜଳ, ସ୍ଥଳ ଓ ଆକାଶ ପଥରେ ବିଭିନ୍ନ ଦୁଃସାହସିକ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ । କରାଚି ଉପରେ ଆକ୍ରମଣ ସ୍ମୃତିରେ ଆଜିର ଦିବସକୁ ପାଳନ କରୁଛି ନୌସେନା । ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ଉତ୍ସବ ପାଳନ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ଏହି ଭବ୍ୟ ଦିବସ ପୁରୀରେ ପାଳନ ହେଉଥିବାରୁ ନୌସେନାର ପରାକ୍ରମ ଦେଖିବାକୁ ବେଳାଭୂମିରେ ଲୋକଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି । ପ୍ରାୟ ଏକ ସପ୍ତାହ ଧରି ନୌସେନା ପକ୍ଷରୁ ଏନେଇ ରିହରସାଲ୍ ହେଉଥିଲା। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ନୌସେନା ବ୍ଲୁ ଫ୍ଲାଗ ବିଚରେ ଭବ୍ୟ ଢଙ୍ଗରେ ନିଜର ପ୍ରତିଷ୍ଠା ଦିବସ ପାଳନ କରିବ।

ତେବେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ଲୁ ଫ୍ଲାଗ୍ ବିଚ୍ ରେ ରାଷ୍ଟ୍ରପତିଙ୍କ ସହିତ ୭୫୦୦ ନିମନ୍ତ୍ରିତ ଅତିଥି ବସିବାର ବନ୍ଦୋବସ୍ତ କରାଯାଇଛି। ତେବେ ସାଧାରଣ ଲୋକଙ୍କ ପାଇଁ ବେଳାଭୂମିରେ ମଧ୍ୟ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ଟି ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକପ୍ଟର, ୫ଟି ଯୁଦ୍ଧ ବିମାନ, ଜେଟ୍ ନୌସେନା ଦିବସରେ ସେମାନଙ୍କ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ପୁରୀର ପେଣ୍ଠକଗଠାରୁ ଷ୍ଟର୍ଲିନ ପର୍ଯ୍ୟନ୍ତ ସାଧାରଣ ଲୋକେ ଶୃଙ୍ଖଳିତ ଭାବେ ପହଞ୍ଚି ନୌସେନର ଏହି ଯୁଦ୍ଧ କୌଶଳ ଦେଖିବାକୁ ୫ଟି ଜୋନ୍ ରେ ୪୦ଟି ଗେଟ୍ କରାଯାଇଛି। ପୂରା ସମୁଦ୍ରକୂଳ ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି।

ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ୮୫ ପ୍ଲାଟୁନ୍ ପୋର୍ସ, ୩୦୦ ଅଫିସର ମୁତୟନ କରାଯାଇଛି। ସେହିପରି ସାଧାରଣ ପ୍ରଶାସନ ପକ୍ଷରୁ ୮୬ କଣ ମାଜିଷ୍ଟ୍ରେଟ, ୨୨ ଜଣ ବରିଷ୍ଠ ଅଧିକାରୀଙ୍କୁ ପୁରୀର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ନୌସେନା ପକ୍ଷରୁ ୨୦ଟି ଋଣ କୌଶଳ ପ୍ରଦର୍ଶନ କରାଯିବ। ଶେଷରେ ଲେଜର ସୋ’ ହେବ ବୋଲି ଆଇଏନ୍ ଏସ୍ ଚିଲିକାର ମୁଖ୍ୟ କମାଣ୍ଡିଂ ଅଧିକାରୀ ଦୀପକ ଅନିଲ ଗଣମାଧ୍ୟମକୁ କହିଛନ୍ତି। ନୌସେନା ଯବାନ ଲଢୁଆ ଯୁଦ୍ଧ ବିମାନ, ହେଲିକପ୍ଟର, ପାରାଚ୍ୟୁଟ୍ ଏବଂ ଯୁଦ୍ଧ ଜାହାଜରୁ ବିଭିନ୍ନ ଦୁଃସାହସିକ ଯୁଦ୍ଧ ରଣ କୌଶଳ ପ୍ରଦର୍ଶନ କରିବେ। ନୌସେନାର ଏଭଳି ଦୁଃସାହସିକ ଯୁଦ୍ଧ କୌଶଳକୁ ଦେଖିବେ ଦର୍ଶକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ