Masthead

ଖବର ପ୍ରସାରଣ ପରେ ମ୍ୟାନେଜରଙ୍କ ପ୍ଲାନ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାମ୍ବାଦିକଙ୍କ ନାଁରେ ମିଛ ଏଫଆଇଆର୍ । ହୋଟେଲରେ ଅନୈତିକ କାମର ଖବର ପ୍ରସାରଣ ପରେ ମ୍ୟାନେଜରଙ୍କ ପ୍ଲାନ୍ । ଭୋଗରାଇ ତାଳସାରୀ ସାମୁଦ୍ରିକ ଥାନା ଠାରୁ ମାତ୍ର ୫ ଶହ ମିଟର ଦୂରରେ ବିଏଲ ଟି ଇଣ୍ଟରନ୍ୟାସନାଲ ହୋଟେଲରେ ଅନୈତିକ କାରବାର ନେଇ ବାରମ୍ବାର ଖବର ପ୍ରସାରଣ ପରେ ହୋଟେଲ ମ୍ୟାନେଜର ଆମ ପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ତେବେ ଏ ଘଟଣାରେ ବର୍ତ୍ତମାନ ହୋଟେଲର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଏନେଇ ସ୍ଥାନୀୟ ଲୋକେ ପ୍ରତିବାଦ ମଧ୍ୟ କରିଛନ୍ତି । ହୋଟେଲରେ କ’ଣ ଚାଲିଛି ତାର ଗୁମର ସେ ଖୋଲିଛନ୍ତି ।

ତେବେ ପ୍ରଥମେ ସମସ୍ତ ପ୍ରତିକ୍ରିୟା ଶୁଣିନିଅନ୍ତୁ । ଆପଣ ହୋଟେଲର କଳାକାରନାମାର ପ୍ରତିକ୍ରିୟା ଶୁଣିଥିଲେ । ଏବେ ହୋଟେଲର ଲାଇସେନ୍ସ ନଥିବା ସ୍ଥାନୀୟ ତହସିଲଦାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆମ ଜଳେଶ୍ୱର ପ୍ରତିନିଧି ଏନେଇ ତଦସିଲଦାରଙ୍କୁ ପଚାରିବାରୁ ସେ ଲାଇସେନ୍ସ ନଥିବା କଥା କହିଛନ୍ତି । ସେହିପରି ଅଗ୍ନିଶମ ବିଭାଗ ପାଖରୁ ମଧ୍ୟ ଅଗ୍ନି ସୁରକ୍ଷା ସମ୍ପର୍କିତ ଅନୁମତି ନେିଇ ନାହିଁ ହେଟେଲ କର୍ତ୍ତୃପକ୍ଷ ।

ପ୍ରଶ୍ନ ଉଠୁଛି ହୋଟଲେର ଅନୈତିକ କାମ ଚାଲୁଥିବା ବେଳେ କାହିଁକି ସେଠାରେ କୌଣସି ପଦକ୍ଷେପ ନିଆଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାରେ ଭୋଗରାଇ ସାମୁଦ୍ରିକ ଥାନା ଏକପାଖିଆ ତଦନ୍ତ କରୁଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ