Before Header

ପୁଣି ମାଓ ହିଂସା, ଯବାନଙ୍କ ଗଳା କାଟି ହତ୍ୟା କଲେ ଲାଲବାହିନୀ

0 1,255

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ସାପ୍ତାହିକ ହାଟକୁ ବଜାର କରିବା ଲାଗି ଯାଇଥିବା ଜଣେ ସିଏଏଫ ଯବାନଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଲାଲବାହିନୀ । କଟରୁ ଥାନା ଅନ୍ତର୍ଗତ ଦରଭା ଠାରେ ଥିବା ସିଏଏଫର ଚତୁର୍ଥ ବାଟାଲିଆନରେ କାର୍ଯ୍ୟରତ ଥିଲେ ତିଜାଓ ରାମ ଭୁଆର ।

ତିଜାଓ ରାମ ସିଏଏଫ ଚତୁର୍ଥ ବାଟାଲିଆନର କମ୍ପାନୀ କମାଣ୍ଡର ଥିଲେ । ଆଜି ସକାଳେ କ୍ୟାମ୍ପ ପାଇଁ ହାଟକୁ ସୌଦା କିଣିବାକୁ ଯାଇଥିଲେ । ଘଟଣା ପରେ ସାପ୍ତାହିକ ହାଟ ବନ୍ଦ ହୋଇଯାଇଥିବା ବେଳେ ପୋଲିସ ପକ୍ଷରୁ କୁମିଂ ଅପରେସନ ଆରମ୍ଭ ହୋଇଛି। ହତ୍ୟା ଘଟଣାକୁ ସୁନିଶ୍ଚିତ କରି ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।

Leave A Reply

Your email address will not be published.