Before Header

ଫୋରଟ୍ୱେଣ୍ଟି ଆଇଏଏସ

0 31

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଫୋରଟ୍ୱେଣ୍ଟି ଫେକ ଆଇଏଏସ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ । କୋଟିଏ ଟଙ୍କାର ଚୁନ ଲଗାଇଥିଲେ ଦୁଇ ଫେକ ଆଇଏଏସ ଅଫିସର । ଶେଷରେ ଦୁହିଁଙ୍କୁ ବାନ୍ଧିଛି ଅର୍ଥନୈତିକ ଅବରୋଧ ଶାଖା । ଭଲକରି ଦେଖନ୍ତୁ ଏଦୁଇ ବ୍ୟକ୍ତିଙ୍କୁ ଚେହେରାକୁ ନିଜକୁ ଆଇଏଏସ ଅଫିସରର ପରିଚୟ ଦେଇ ଦିଲ୍ଲିର ଏକ ଷ୍ଟିଲ କମ୍ପାନୀ ଠଅରୁ ଲଗାଇଥିଲେ ଏକ କୋଟି ୧୭ଲକ୍ଷର ଚୁନ । ଏହି ଦୁଇ ଫେକ ଆଇଏଏଇଙ୍କ ନାଁ ହେଉଛି ସୁର୍ଯ୍ୟମଣି ତ୍ରିପାଠି ଓ ଅମିତ ସ୍ୱାଇଁ । ଦିଲ୍ଲିର ଏକ କମ୍ପାନି ଠାରୁ ଚୁନ ଲଗାଇବା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରାଯାଇଛି । ଘଟଣା ଥିଲା ଏମିତି ଦିଲ୍ଲିର ରାଷ୍ଟ୍ରିୟ ଷ୍ଟେନଲେସ କମ୍ପାନି ମୁଖ୍ୟ ମୁକେଶଙ୍କ ସହ ରାଜେଶ ଗହେଲଟ ନାମକ ଜଣେ ବ୍ୟକ୍ତିର ପରିଚୟ ହୋଇତିଲା । ରଜେଶ ନିଜକୁ ର ଅଫିସର ଥିବା କହିଥିଲା । ଏହାସହ ଓଡ଼ିଶାରେ ତାର ଭଲ ରାଜନେତା ଓ ଅଫିସରଙ୍କ ସହ ଲିଙ୍କି ଥିବା ମଧ୍ୟ କହିଥିଲା ।

ମୁକେଶ ରାଜେଶର କଥାରେ ଭରଷା କରିଥିଲେ । ଓଡ଼ିଶାରେ ତାଙ୍କ ବିଜନେସକୁ ଏକ୍ସପାଣ୍ଡ କରିବା ପାଇଁ ପ୍ରସ୍ତାବ ଦେଇଥିଲା ରାଜେଶ । ଏଥିପାଇଁ ଦିଲ୍ଲି ଓଡ଼ିଶା ଭବନରେ ଏକ ବୈଠକ ମଧ୍ୟ ଡକାଇଥିଲା ଯେଉଁଥିରେ ସୁର୍ଯ୍ୟମଣି ଓ ଅମିତ ମଧ୍ୟ ଯୋଗଦେଇଥିଲେ । ସୁର୍ଯ୍ୟମଣି ନିଜକୁ ୱାର୍କ ଡିପାର୍ଟମେଣ୍ଟର ଅଡିସାନାଲ ସଚିବ ବୋଲି ପରିଚୟ ଦେଇଥିଲା । ସେହିବଳି ଅମିତ ପିଡବ୍ଲୁଡି ବିଭାଗର ଇଞ୍ଜିନିୟର ଥିବା କହିତିଲା । ଦୁହେଁ ମୁକେଶଙ୍କୁ ଓଡ଼ିଶାରେ ବିଜେନଓ ବଢାଇବାକୁ ପ୍ରସ୍ଥାବ ଦେଇ ଓଡ଼ିଶା ଡକାଇଥିଲେ । ମୁକେଶ ଓ ତାଙ୍କୁ ପୁଅ ଅକ୍ଷୟ ଭୁବନେଶ୍ୱର ଟ୍ରେଜେରି ଅଫିସରେ ପହଁଚିଥିଲା । ୱାର୍କ ଅର୍ଡର ବାବଦକୁ ୨୫ଲକ୍ଷ ଟଙ୍କା ଟ୍ରେଜେରି ଅଫିସର ଜଣେଏ ମହିଳାଙ୍କ ଜରିଆରେ ସୁର୍ଯ୍ୟମଣି ଓ ଅମିତଙ୍କୁ ଦେଇଥିଲେ । ବଦଳରେ ୪ଟି ୱାର୍କ ଅର୍ଡର ମିଳିଥିଲା ମୁକେଶଙ୍କୁ । ଏହାପରେ ଆଉ କିଛି କାମ ପାଇଁ ମୁକେଶଙ୍କୁ ୱାର୍କ ଅର୍ଡର ମିଳିଥିଲା ।

ବବାଲି ଓ ପାନି ପାଇପ ବିଛାଇବା ପାଇଁ ମୋଟ ୮୭କୋଟିର ୱାର୍କ ଅର୍ଡର ମିଳିତିଲା । ଯେଉଁଥିରୁ ୨୦ପ୍ରତିଶତ କମ୍ପାନିରେ ଡିପୋଜିଟ ପାଇଁ ମୁକେଶ କହିତିଲେ । କିନ୍ତୁ ଠିକ ସମୟରେ ଟଙ୍କା ଡିପୋଜିଟ ନହେବାପରୁ ମୁକେଶଙ୍କ ସନ୍ଦେହ ହୋଇଥିଲା । ପରେ ମୁକେଶ ସୂଚନା ଅଧିକାର ଅଇନରେ ତଥ୍ୟ ମଗାଇଥିଲେ । ଯାହାକଜୁ ଦେଖି ସେ ତାଜୁବ ହୋଇଯାଇଥିଲେ । ଉଭୟ ସୁର୍ଯ୍ୟମଣି ଓ ଅମିତ କୌଣଷି ଅଫିସର ନଥିବା ଜାଣିବାକୁ ପାଇଥିଲେ ମୁକେଶ । ଏହାପରେ ରାଜ୍ୟ ଅର୍ଥ ନୈତିକ ଅବୋରଧ ଶାଖାର ଦ୍ୱାରସ୍ଥ ହୋଇତିଲେ ମୁକେଶ ।

ମାମଲା ରୁଜ୍ଜୁ କରିଥିଲା ଇଓଡବ୍ଲୁ । ଘଟଣାର ତଦନ୍ତ କରି ଆଜି ଦୁଇ ଠକ ସୁର୍ଯ୍ୟମଣି ଓ ଅମିତକୁ ଗିରଫ କରାଯାଇଛି । ସବୁଠାରୁ ବଡ଼ କଥା ହେଲା ସୁଯ୍ୟମଣିଙ୍କ ଫୋନରେ ଓଡ଼ିଶାର ଅନେକ ଆଇଏଏସ, ଆଇଏଏଫସ ଓ ବ୍ୟୁରୋକ୍ରାଟଙ୍କ ନମ୍ବର ରହିଛି । ଯାହାକୁ ଢାଲ କରି ସେ ଲୋକଙ୍କୁ ଠକୁତିବା ଜଣା ପଡ଼ିଛି । ଅନ୍ୟପଟେ ମହିଳାଙ୍କ ପରିଚୟ ଜଣା ପଡ଼ିନାହିଁ । ଖୁବଶିଘ୍ର ତାଙ୍କୁ ଧରା୍ିବେ ବୋଲି କହିଚନ୍ତି ଇଉଡବ୍ଲୁ ଏସପି ଦିଲ୍ଲିପ ତ୍ରିପାଠୀ ।

Leave A Reply

Your email address will not be published.