Masthead

ମଣିପୁର ଘଟଣା, ବିରୋଧୀଙ୍କ ନିଶାନାରେ ମଣିପୁର ସରକାର

ଇମ୍ଫାଲ(ବଡ଼ ଖବର ବ୍ୟୁରୋ):  ମଣିପୁର ଘଟଣାରେ ସରକାର ବ୍ୟାକଫୁଟରେ ଥିବା ବେଳେ ବିରୋଧୀଙ୍କ ନିଶାନାରେ ଅଛନ୍ତି ଉଭୟ କେନ୍ଦ୍ର ଓ ମଣିପୁର ସରକାର । ଏହି ଘଟଣା ସାମ୍ନାକୁ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିରବତା ଏବଂ ନିଷ୍କ୍ରିୟତା ମଣିପୁରକୁ ଅରାଜକତା ଆଡକୁ ଠେଲି ଦେଇଛି। ମଣିପୁରରେ ଯେତେବେଳେ ଭାରତର ଧାରଣା ଉପରେ ଆକ୍ରମଣ କରାଯାଏ, ସେତେବେଳେ ‘ଭାରତ’ ଚୁପ୍ ରହିବ ନାହିଁ। ସେହିପରି କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ କରି କହିଛନ୍ତି, ମଣିପୁରରୁ ଆସୁଥିବା ମହିଳାଙ୍କ ପ୍ରତି ଯୌନ ହିଂସାର ଚିତ୍ର ହୃଦୟ ବିଦାରକ । ମହିଳାଙ୍କ ପ୍ରତି ହେଉଥିବା ହିଂସା ଘଟଣାକୁ ଯେତେ ନିନ୍ଦା କଲେ ବି କମ ହେବ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଏହି ଘଟଣା ଅତ୍ୟନ୍ଦ ଲଜ୍ଜାଜନକ ବୋଲି କହିଛନ୍ତି। ଏପରି ଘୃଣ୍ୟ କାମ ଭାରତୀୟ ସମାଜରେ କେବେବି ଗ୍ରହଣୀୟ ନୁହେଁ। ତେଣୁ ଏପରି କାମ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେପଟେ ସୁପ୍ରିମକୋର୍ଟ କହିଛନ୍ତି ଯେ ମଣିପୁରରେ ଉଲଗ୍ନ ଭାଇରାଲ ଭିଡିଓ ପ୍ରକୃତରେ ବିବ୍ରତ କରିଛି । ଏହି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡ ସରକାରଙ୍କୁ କହିଛନ୍ତି।

ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି ସୁପ୍ରମକୋର୍ଟ। ତେବେ ମହିଲାଙ୍କୁ ନଗ୍ନ ଏବଂ ଯୌନ ନିର୍ୟାତନା ଦିଆଯିବା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଏହି ମାମଲାରେ ମଣିପୁର ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୋଜୁଛି ମଣିପୁର ପୋଲିସ । ଏହି ଘଟଣା ପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସହ କଥା ହୋଇ ଘଟଣା ବିଷୟରେ ସବିଶେଷ ତଥ୍ୟ ମାଗିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ