Masthead

କୁକି ଓ ମୈତେଇଙ୍କ ମଧ୍ୟରେ ଗୁଳି ବିନିମୟ, ୫ରୁ ଅଧିକ ମୃତ

ଇମ୍ଫାଲ  (ବଡ଼ ଖବର ବ୍ୟୁରୋ): ଶାନ୍ତ ହୋଇଆସୁଥିବା ମଣିପୁର ପୁଣି ଥରେ ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି । କିଛି ଦିନ ତଳେ ଲମ୍ବୁଲେନ୍‌ ଅଞ୍ଚଳରେ ଥିବା ୩ ଘରକୁ ଅଜ୍ଞାତ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ନିର୍ଦ୍ଦେଶକ କେ. ରଜୋଙ୍କ ବାସଭବନ ଆଗରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କଠାରୁ ଦୁର୍ବୃତ୍ତମାନେ ୩ଟି ବନ୍ଧୁକ ଛଡ଼ାଇ ନେଇଯାଇଥିଲେ । ଖାଲି ସେତିକି ନୁହେଁ ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାରେ ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଆହତ ହୋଇଥିଲେ ।

ଏବେ କୁକି ଓ ମୈତେଇଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ୫ରୁ ଅଧିକ ମୃତ୍ୟୁହୋଇ ଥିବା ଜଣପଡ଼ିଛି । ଗତ ୭୨ ଘଣ୍ଟାରେ ୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ୧୮ ଜଣ ଆହତ ମଧ୍ୟ ହୋଇଛନ୍ତି । ବିଷ୍ଣୁପୁର ଜିଲ୍ଲାର ଖୋଇରାଣ୍ଟକର ପାଦଦେଶ ଓ ଚୁରାଚାନ୍ଦପୁର ଜିଲ୍ଲାର ଚିଙ୍ଗାପେଇ ଓ ଖୌସାବୁଙ୍ଗ ଅଞ୍ଚଳରେ ଏହି ଗୁଳି ବିନିୟମ ହୋଇଥିବା ଅଧିକାରୀ କହିଛନ୍ତି ।

ଅଧିକାରୀ ଜଣକ କହିଛନ୍ତି, ମଙ୍ଗଳବାର ଖୋଇରାଣ୍ଟକ ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ପରେ ଜଣେ ୩୦ ବର୍ଷୀୟ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ହିଂସା ଜୋର ଧରିଥିଲା । ଗୁଳିବିନିମୟରେ କୁକି ସମ୍ପ୍ରଦାୟର ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା