Masthead

ମୁନ ମିଶନ: ଆରମ୍ଭ ହେଲା କାଉଣ୍ଟଡାଉନ

ନୂଅଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୁନ ମିଶନ ପରେ ଏବେ ସନ୍ ମିଶନ । ପୁଣି ମନରେ ସେଇ ଉକ୍ରଣ୍ଠା ଆଉ ଉଦବେଗ । ଆଇ ମାତ୍ର କେଇ ଘଣ୍ଟାକୁ ଅପେକ୍ଷା । ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ସୂର୍ଯ୍ୟକୁ ଯାତ୍ରା କରିବ ଆଦିତ୍ୟ ଏଲ-୧ । ଆଦିତ୍ୟ-ଏଲ-୧ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତର ପ୍ରଥମ ‘ସୂର୍ଯ୍ୟ’ ଯାତ୍ରା ରକେଟ୍ ପିଏସ୍ଏଲଭି-ସି-୫୭ ଉତକ୍ଷେତଣସ୍ଥଳରେ ପହଞ୍ଚି ସାରିଛି । ଗୁରୁବାର ଉତକ୍ଷେପଣର ସମସ୍ତ ରିହର୍ସଲ ଶେଷ ହୋଇଛି । ରକେଟର ସମସ୍ତ ଇଂଟେରିୟର ଯାଞ୍ଚ ମଧ୍ୟ କରାଯାଇଛି ।

୨୦୨୩ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଏହାର ଉତକ୍ଷେପଣ କରାଯିବ । ଇସ୍ରୋର ସବୁଠାରୁ ଭରସାଯୋଗ୍ୟ ରକେଟ୍ ପିଏସଏଲଭି-ସି-୫୭ କୁ ପୃଥିବୀର ନିମ୍ନ କକ୍ଷପଥରେ ଉତକ୍ଷେପଣ କରାଯିବ । ଏହା ପରେ ତିନି କିମ୍ବା ଚାରିଟି କକ୍ଷପଥକୁ ସିଧାସଳଖ ସ୍ଫେୟାର ଅଫ୍ ଇନଫ୍ଲୁଏନ୍ସରୁ ବାହାରକୁ ଅଣାଯିବ । ତା’ପରେ କ୍ରୁଜ୍ ଫେଜ୍ ଆରମ୍ଭ ହେବ । ଏହା ଟିକେ ଲମ୍ବା ପ୍ରକ୍ରିୟା ।

ଏହାପରେ ଆଦିତ୍ୟ-ଏଲ-୧କୁ ହେଲୋ ଅରବିଟରେ ରଖାଯିବ, ଯେଉଁଠାରେ ଏଲ୍-୧ ପଏଂଟ ରହିଛି । ଏହି ବିନ୍ଦୁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଅବସ୍ଥିତ, କିନ୍ତୁ ସୂର୍ଯ୍ୟଠାରୁ ଏହାର ଦୂରତାର ତୁଳନା ମାତ୍ର ୧ ପ୍ରତିଶତ । ଏହି ଯାତ୍ରା ପାଇଁ ୧୨୭ ଦିନ ସମୟ ଲାଗିବ । ଏହି ସ୍ଥାନରେ ପହଞ୍ଚିବା ପରେ ଆଦିତ୍ୟ-ଏଲ-୧ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇବା ଆରମ୍ଭ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ