Masthead

ମଣିପୁରରେ ପୁଣି ହିଂସା; ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୪ ମୃତ, ୫ ଜଣ ଆହତ

 

ମଣିପୁର(ବଡ଼ ଖବର ବ୍ୟୁରୋ): ପୁଣି ଅଶାନ୍ତ ହୋଇଛି ମଣିପୁର । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ପୁଣି ଜଳିଲା ହିଂସା ଓ ଅଶାନ୍ତିର ନିଆଁ । ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ପରେ ଦେଖାଦେଇଛି ଉତ୍ତେଜନା । ସୂଚନା ଅନୁସାରେ ସୋମବାର ପୁଣି ୪ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଥୌବଲ୍ ଜିଲ୍ଲାର ଲିଲୋଙ୍ଗ୍-ଚିଙ୍ଗଜାଓ ଅଞ୍ଚଳରେ କିଛି ଅଜଣା ଦୁର୍ବୃତ୍ତ ଆସି ଲୋକଙ୍କ ଉପରେ କରିଥିଲେ । ଏହି ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହାପରେ ଉତ୍ୟକ୍ତ ସ୍ଥାନୀୟ ଲୋକେ କିଛି ଯାନବାହାନରେ ନିଆଁ ଲଗାଇ ଦେଇଥିଲେ । ତେବେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ମଣିପୁର ରାଜ୍ୟର ପାହାଡ଼ି ଜିଲ୍ଲା ଥୌବଲ, ଇମ୍ଫାଲ୍ ଇଷ୍ଟ ଓ ୱେଷ୍ଟ, କାକଚିଙ୍ଗ୍ ଏବଂ ବିଷ୍ଣୁପୁର ଜିଲ୍ଲାରେ ପୁଣି ଥରେ କର୍ଫ୍ୟୁ ଲାଗୁ ହୋଇଛି । ଏଥିସହ ଲୋକଙ୍କୁ ଶାନ୍ତି ରକ୍ଷା କରିବାକୁ ଅପିଲ୍ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ । ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ପୋଳିସ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ । ତେବେ ଗତବର୍ଷ ମେ ମାସ ଠାରୁ ମଣିପୁରରେ ସାମ୍ପ୍ରଦାୟିକ ହିଂସାକାଣ୍ଡରେ ୧୮୦ ଲୋକଙ୍କ ଜୀବନ ଗଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା