Masthead

ଲ୍ୟାଣ୍ଡଫଲ୍ ପରେ ବିପର୍ଯ୍ୟୟ ଘଟାଇଲା ବାତ୍ୟା ‘ବିପର୍ଯ୍ୟୟ’

ଗୁଜରାଟ (ବଡ଼ ଖବର ବ୍ୟୁରୋ):  ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟାରେ ଗୁଜରାଟର ଜଖଉ ପୋର୍ଟ ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁଛି । । ସନ୍ଧ୍ୟା ୬ଟା ୪୫ରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟା ପ୍ରଭାବରେ, ଗୁଜୁରାଟର ସୌରାଷ୍ଟ୍ର, କଚ୍ଛ, ମାଣ୍ଡୱି ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ଶହେ ୧୪୫ ବେଗରେ ପବନ ବହିବାରୁ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ । ୯୪୦ ଗାଁ ଅନ୍ଧାରରେ, ଭୁଜ୍ ଓ ଦ୍ୱାରକାରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ବାତ୍ୟାକୁ ନଜରରେ ରଖି, ଗୁଜରାଟର ୮ ଜିଲ୍ଲାର ତଳିଆ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଲ୍ୟାଣ୍ଡଫଲ୍ ପରେ ବିପର୍ଯ୍ୟୟ ଘଟାଇଲା ବାତ୍ୟା ‘ବିପର୍ଯ୍ୟୟ’ । ବାତ୍ୟା ପ୍ରଭାବରେ ୨ଜଣଙ୍କ ମୃତୁ୍ୟ ହେବା ସହ ୨୨ ଜଣ ଆହତ ହୋଇଛନ୍ତି । କଚ୍ଛ, ଜାମନଗର, ମୋରବୀ, ରାଜକୋଟ, ଦେବଭୂମି, ଦ୍ବାରକା, ଜୁନାଗଡ଼, ପୋରବନ୍ଦର ଏବଂ ଗୀର ସୋମନାଥ ଅଂଚଳରୁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳରେ ରଖାଯାଇଛି। ଏହି ଅପରେସନରେ ୩ ସେନାର ୨୭ଟି ଗ୍ରୁପ୍‌ ଅହରହ ସମନ୍ବୟ ରକ୍ଷା କରି କାମ କରୁଛନ୍ତି। ଜରୁରୀ ସ୍ଥିତିରେ ତତ୍କାଳ ଅଧିକ ହେଲିକପ୍‌ଟର ନିୟୋଜନ ପାଇଁ ବ୍ୟବସ୍ଥା ହୋଇଛି। ଏବେ ଦୁର୍ବଳ ହୋଇ ରାଜସ୍ଥାନ ମୁହାଁ ବାତ୍ୟା ‘ବିପର୍ଯ୍ୟୟ’ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା