Masthead

ଅଷ୍ଟ୍ରେଲିଆକୁ ଫାଇନାଲ ଟିକେଟ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  କ୍ରିକେଟ ବିଶ୍ବକପ ଫାଇନାଲରେ କଙ୍ଗାରୁକୁ ଭେଟିବ ରୋହିତ ବାହିନୀ । ଦ୍ୱିତୀୟ ଦଳ ଭାବେ ବିଶ୍ୱକପ୍‌ ଫାଇନାଲ୍‌କୁ ପ୍ରବେଶ କଲା ଅଷ୍ଟ୍ରେଲିଆ। ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ‍ଆଫ୍ରିକାକୁ ୩ ୱିକେଟରେ ହରାଇ ହାତେଇଲା ଫାଇନାଲ୍‌ ଟିକେଟ୍। କୋଲକାତାର ଇଡେନ୍ ଗାର୍ଡେନରେ ଖେଳାହୋଇଥିବା ଦ୍ବିତୀୟ ସେମିଫାଇଇନାଲରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା ଲଢ଼େଇ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ମାତ୍ର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦକ୍ଷିଣ ଆଫ୍ରିକା। ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନାରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌। କେବଳ ଡେଭିଡ୍‌ ମିଲର ଓ କ୍ଲାସନ୍‌ଙ୍କ ବ୍ୟାତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ୍‌ ବ୍ୟାଟ ଚାଲିନଥିଲା। ଦକ୍ଷିଣ ଆଫ୍ରିକା ୪୯.୪ ଓଭରରେ ମାତ୍ର ୨୧୨ ରନ୍‌ କରି ଅଲଆଉଟ ହୋଇଯାଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ଓ କମିନ୍ସ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ଜାମ୍ପା ଓ ଟ୍ରାଭିସ୍‌ ହେଡ୍‌ ଦୁଇଟି ଲେଖାଏଁ ୱିକେଟ୍ ନିଜ ନାମରେ କରିଥିଲେ। ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଅ ଆରମ୍ଭରୁ ଦମଦାର ଖେଳିଥିଲା। ଫଳରେ 3ଓ୍ବିକେଟ ବାକିଥାଇ ନିର୍ଦ୍ଧାରିତ ରନ ସଂଗ୍ରହ କରି ଫାଇନାଲରେ ନିଜ ନାଁ ଲେଖିଦେଇଛି ଅଷ୍ଟ୍ରେଲିଆ । ଆସନ୍ତା 19 ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟରେ କ୍ରିକେଟ ମହାକୁମ୍ଭର ଫାଇନାଲରେ ଭାରତକୁ ଭେଟିବ ଅଷ୍ଟ୍ରେଲିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି