Masthead

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ୯୬.୦୭ ପ୍ରତିଶତ ପାସ୍‌ ହାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷର ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି । ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ । ଝିଅଙ୍କ ପାସ୍ ହାର ୯୬.୭୩% ଓ ପୁଅଙ୍କ ପାସ୍‌ ହାର ୯୫.୩୯% । ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ । ଦିନ ୧୧ଟା ୩୦ ସୁଦ୍ଧା ୱେସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ମିଳିବ ରେଜଲ୍ଟ । ଇଣ୍ଟରନେଟ୍ ସୁବିଧା ନଥିଲେ ଏସଏମଏସ୍ କରି ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ହ୍ୱାଟ୍ସଆପରେ R10<RollNo> ଲେଖି 5676750ରେ ମେସେଜ୍ କଲେ ପାଇପାରିବେ ରେଜଲ୍ଟ । ଏହାପରେ ଅପରାହ୍ନ ୪ଟା ସୁଦ୍ଧା ଛାତ୍ରଛାତ୍ରୀ ପାଇପାରିବେ ଡିଜିଟାଲ ସାର୍ଟିଫିକେଟ୍ । ଏଥିପାଇଁ BSE/Hi ଲେଖି 7710058192  ହ୍ୱାଟ୍ସଆପ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ