Masthead

କୁବେର ଯନ୍ତ୍ରୀଙ୍କ ଗହଣା ଦେଖି ତାଜୁବ ହେଲେ ଭିଜିଲାନ୍ସ ଅଧିକାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡିଥିବା କୋଟିପତି ମୁଖ୍ୟଯନ୍ତ୍ରୀଙ୍କ ଘରୁ ବାହାରୁଛି ପୁଳାପୁଳା ସୁନା । ଘରୁ ଜବତ ହେଲା ୮ଟି ହୀରା ହାର ସୁନା ହାରା, ରାଣୀ ହାର, ୨୪ କ୍ୟାରେଟ ସୁନା କଏନ, ରୁପା କଏନ, ବିଦେଶୀ ମୁଦ୍ରା, ରୂପା ଥାଳି, ନାମୀ ଦାମୀ ହାତ ଘଣ୍ଟା ଜବତ ହୋଇଛି । ରୋଡ୍ ଆଣ୍ଡ ବିଲଡିଂର ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ବିଭାଗ । ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍‌ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏବେ ସୁଦ୍ଧା କଟକ, ଭୁବନେଶ୍ବର, ଝାରସୁଗୁଡ଼ା ସ୍ଥିତ ବାସ ଭବନ କିମ୍ବା ସମ୍ପର୍କୀୟଙ୍କ ଘରେ ରେଡ୍‌ ଜାରି ରହିଥିବା ନେଇ ସୂଚନା ମିଳିଛି ।ଏହି କ୍ରମରେ ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଅର୍ପଣ ଆପାର୍ଟମେଣ୍ଟରେ ରେଡ୍‌ ଆରମ୍ଭ ହୋଇଥିଲା ।

ସେପଟେ ଝାରସୁଗୁଡ଼ାରେ ଥିବା ଆସିଅନା ଆପର୍ଟମେଣ୍ଟରେ ଥିବା ୨ଟି ଫ୍ଲାଟରେ ବି ଚଢ଼ାଉ ଆରମ୍ଭ କରାଯାଇଛି । ଭୁବନେଶ୍ବର କସମପଲ୍ଲୀ ଆପାର୍ଟମେଣ୍ଟର ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ୨ଟି ଫ୍ଲାଟ ଥିବା ବେଳେ ସେଠାରେ ମଧ୍ୟ ଚଢ଼ାଉ ଜାରି ରହିଛି । ସେପଟେ କଟକ ତିଗିରିଆରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍‌ ଚାଲିଛି । ନୟାପଲ୍ଲୀ ନୀଳକଣ୍ଠନଗରରେ ଥିବା ସମ୍ପର୍କୀୟ ମଧ୍ୟ ଭିଜିଲାନ୍ସ ରାଡାର୍‌ରେ ଆସି ଯାଇଥିଲେ । ସେମାନଙ୍କ ଘରେ ମଧ୍ୟ ରେଡ୍‌ କରୁଛି ଭିଜିଲାନ୍ସ ବିଭାଗ । ଝାରସୁଗୁଡ଼ାରେ ଥିବା ଆସିଆନା ଆପାର୍ଟମେଣ୍ଟର ତିନୋଟି ଫ୍ଲାଟ ତାରା ପ୍ରସାଦ ମିଶ୍ରଙ୍କ ନାଁରେ ରହିଛି । ଫ୍ଲାଟ ନମ୍ବର ୧୭, ୨୦୭ ଏବଂ ୩୦୭ରେ ୩ ଜଣିଆ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି ରଖିଛନ୍ତି । ତେବେ ଏହି ତିନୋଟି ଫ୍ଲାଟ ଏକ ଘରୋଇ ସଂସ୍ଥାକୁ ଭଡ଼ାରେ ଦିଆଯାଇଥିବା ସୂଚନା ରହିଛି ।

ଘରୁ ଜବତ ହୋଇଛି ୮ଟି ହୀରା ନେକ୍ଲେସ୍‌ ସୁନା ଚୋକର, ରାଣୀ ହାର, ସୁନା ଅଳଙ୍କାର, ସୁନା କଏନ, ରୁପା କଏନ, ବିଦେଶୀ ମୁଦ୍ରା, ରୁପା ଥାଳି, ନାମୀ ଦାମୀ ହାତ ଘଣ୍ଟା ଆଦି ଜବତ ହୋଇଛି ।ଚଢ଼ାଉ ସମୟରେ ସୁନା ଅଳଙ୍କାର, ହୀରା ନେକଲେସ, ରୁପା ଥାଳି ଆଦି ବହୁ ମୂଲ୍ୟବାନ ଧାତୁ ସାମଗ୍ରୀ ବା ଅଳଙ୍କାର ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀର ଆମନୁମାନିକ ମୂଲ୍ୟ କେତେ ହେବ ତାହାକୁ ନେଇ କୌଣସି ସୂଚନା ମିଳି ପାରିନାହିଁ । ତେବେ ଦସ୍ତାବିଜ୍‌ ସହ ଏହାର ହିସାବ ଦେଇନପାରିଲେ ସିଜ୍‌ ହେବ ସମସ୍ତ ସାମଗ୍ରୀ । ରୋଡ଼ ଆଣ୍ଡ ବିଲଡିଂ ର ପୂର୍ବତନ ଚିଫ ଇଞ୍ଜିନିଅର ଥିଲେ ତାରା ପ୍ରସାଦ ମିଶ୍ର । ଗତ ବର୍ଷ ଜୁନ୍‌ ମାସରେ ସେ ଅବସର ନେଇଥିବା ବେଳେ ଆଜି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏହି ଚଢ଼ାଉରେ ୧୨ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସ୍‌ଆଇ ସାମିଲ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି