Masthead

ମୌଳିକ ସୁବିଧାରୁ ବଞ୍ଚିତ ଏସିଆର ସବୁଠୁ ବଡ ଗାଁ

ଭୁବନ(ବଡ଼ ଖବର ବ୍ୟୁରୋ): ସରକାରଙ୍କର ଗରିବଙ୍କ ପାଇଁ ଜନ୍ମଠୁ ମୃତ୍ୟୁ ପଯ୍ୟନ୍ତ ଯୋଜନା । କିନ୍ତୁ ଏହି ଯୋଜନା ଅଧିକାଂଶ ସ୍ଥାନରେ ସେମାନଙ୍କ ପାଇଁ ସାତ ସପନ । ନାଁ ଅଛି ସେମାନଙ୍କର ଆଧାରକାର୍ଡ, ଭୋଟରକାର୍ଡ ନାଁ ମିଳିଛି ରାସନକାର୍ଡ । ଦେଶ ସ୍ୱାଧିନ ହେବାର ୭୩ ବର୍ଷ ପରେ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ସେମାନେ । କୁଡିଆ ଘରେ ବିତୁଛି ଜୀବନ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନୟାନିଳକଣ୍ଠପୁର ଗ୍ରାମରେ ।

ଗ୍ରାମର ତାରା ପ୍ରଧାନ ୬୫ ବର୍ଷ । ଦଶ ବର୍ଷ ପୂର୍ବେ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ପରିବାର କହିଲେ ଏକ ମାତ୍ର ପୁଅ ବୋହୁ ଓ ତିନି ନାତିନାତୁଣୀ । ପର ଘରେ ମୁଲ ମଜୁରୀ କରିବା ସହିତ ଖଜୁରି ଝାଡୁ ତିଆରି କରି ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳେ । ଆଜକୁ ୩୦ ବର୍ଷ ହେବ ସରକାରୀ ଜାଗାରେ କୁଡିଆରେ ରହୁଛନ୍ତି ସେମାନେ । ସରପଞ୍ଚ, ୱାର୍ଡମେମ୍ବରଙ୍କୁ ଗୁହାରି କରିଛନ୍ତି, ହେଲେ କେହି ଶୁଣି ନାହାନ୍ତି ସେମାନଙ୍କର ଦୁଃଖ । ତାରା ପ୍ରଧାନଙ୍କ ନାତିନାତୁଣୀଙ୍କୁ ମଧ୍ୟ ମିଳୁନି ସରକାରୀ ଯୋଜନା । ଆଧାରକାର୍ଡ ନଥିବାରୁ ବିଦ୍ୟାଳୟରେ ନାମ ଲେଖା ହୋଇପାରୁନାହିଁ । ଆଜି ପର୍ୟ୍ୟନ୍ତ ସେହି ପରିବାର ଭୋଟ ଦେଇ ନାହାନ୍ତି । ଆଜକୁ ୩୦ବର୍ଷ ହେଲା କୁଡିଆ କରି ରହୁଛନ୍ତି ତାରା ପ୍ରଧାନଙ୍କ ପରିବାର । ସ୍ଥାନୀୟ ବିଡିଓ ଓ ବ୍ଲକ ଅଧ୍ୟକ୍ଷଙ୍କୁ ପଚାରିବାରୁ ଖୁବ ଶୀଘ୍ର ସେମାନଙ୍କର ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ