Masthead

ଫେବୃଆରୀରେ ଭାରତ ଆସିବ ଇଂଲଣ୍ଡ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭାରତ-ଅଷ୍ଟ୍ରେଲିଆ ସିରିଜ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ସିରିଜ । ଏହି ସିରିଜ ୫ ଫେବୃଆରୀରୁ ଆରମ୍ଭ ହୋଇ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତ ୩ଟି ଦିନିକିଆ, ୩ଟି ଟି-୨୦ ଓ ୪ଟି ଟେଷ୍ଟ ଖେଳିଥିବା ବେଳେ ଇଂଲଣ୍ଡ ଗସ୍ତରେ ୪ଟି ଟେଷ୍ଟ, ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଏହି ସିରିଜ ଟେଷ୍ଟରୁ ଆରମ୍ଭ ହୋଇ ଦିନିକିଆରେ ସମାପ୍ତ ହେବ । ଏହି ସିରିଜଟି ଘରୋଇ ମାଟିରେ ହେଉଥିବାରୁ ଏହି ସିରିଜର ସମସ୍ତ ଫର୍ମାଟରେ ମ୍ୟାଚ ଜିତିବାକୁ ଭାରତ ଚେଷ୍ଟା କରିବ । ଗତକାଲି ଏହି ସିରିଜ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । କୋଭିଡ-୧୯ ପାଇଁ ଏହି ସିରିଜର ସମସ୍ତ ମ୍ୟାଚ ୩ଟି ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜର ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯିବ । ପ୍ରଥମ ଟେଷ୍ଟ ଫେବୃଆରୀରୁ ୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ଟେଷ୍ଟ ମ୍ୟାଚଟି ସେହି ଚେନ୍ନାଇ ଷ୍ଟାଡିୟମରେ ଫେବୃଆରୀ ୧୩ରୁ ୧୭ ପର୍ଯ୍ୟନ୍ତ ଖେଳାଯିବ ।

ଏହି ୪ଟିକିଆ ସିରିଜର ତୃତୀୟ ଟେଷ୍ଟ ଫେବୃଆରୀ ୨୪-୨୮ ପର୍ଯ୍ୟନ୍ତ ଦିବାରାତ୍ର ଖେଳାଯିବ । ଏହି ମ୍ୟାଚଟି ଅହମଦାବାଦର ମୋଟାରା ଷ୍ଟାଡିୟମରେ ଖେଳାଯିବ ।ଏହା ଭାରତୀୟ ମାଟିରେ ଦ୍ୱିତୀୟ ଗୋଲାପି ବଲ ଟେଷ୍ଟ ମ୍ୟାଚ ଅଟେ । ପ୍ରଥମ ଗୋଲାପି ବଲ ଟେଷ୍ଟ ମ୍ୟାଚ ବାଙ୍ଗଲାଦେଶ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନଠାରେ ଖେଳାଯିବ । ସେହିପରି ଭାବରେ ଚତୁର୍ଥ ଟେଷ୍ଟଟି ସେହି ଅହମଦାବାଦର ମୋଟରା ଷ୍ଟାଡିୟମରେ ଖେଳାଯିବ । ଅନ୍ତିମ ଟେଷ୍ଟ ମ୍ୟାଚଟି ମାର୍ଚ୍ଚ ୪ ରୁ ୮ ପର୍ଯ୍ୟନ୍ତ ଖେଳାଯିବ । ୪ଟିକିଆ ଟେଷ୍ଟ ସିରିଜ ପରେ ୫ଟିକିଆ ଟି-୨୦ ସିରିଜର ସମସ୍ତ ମ୍ୟାଚ ମୋଟରା ଷ୍ଟାଡିୟମରେ ଖେଳାଯିବ ।

ପ୍ରଥମ ଟି-୨୦ ମାର୍ଚ୍ଚ ୧୨ରେ, ଦ୍ୱିତୀୟ ଟି-୨୦ ମାର୍ଚ୍ଚ ୧୪, ତୃତୀୟ ଟି-୨୦ ମାର୍ଚ୍ଚ ୧୬, ଚତୁର୍ଥ ଟି-୨୦ ମାର୍ଚ୍ଚ ୧୮ ଓ ପଞ୍ଚମ ତଥା ଅନ୍ତିମ ଟି-୨୦ ମାର୍ଚ୍ଚ ୨୦ରେ ଖେଳାଯିବ ।ଟେଷ୍ଟ ଓ ଟି-୨୦ ସିରିଜ ପରେ ଅନ୍ତିମରେ ଖେଳାଯିବ ୩ଟିକିଆ ଦିନିକିଆ ସିରିଜ । ଏହି ସିରିଜର ସମସ୍ତ ମ୍ୟାଚ ପୁନେରେ ଖେଳାଯିବ । ପ୍ରଥମ ଦିନିକିଆ ମାର୍ଚ୍ଚ ୨୩ରେ, ଦ୍ୱିତୀୟ ଦିନିକିଆ ମାର୍ଚ୍ଚ ୨୬ରେ ଓ ତୃତୀୟ ତଥା ଅନ୍ତିମ ଦିନିକିଆ ମାର୍ଚ୍ଚ ୨୮ରେ ଖେଳାଯିବ । ଏହି କାର୍ଯ୍ୟସୂଚୀ ଭାରତୀୟ କ୍ରିକେଟ କଂଣ୍ଟ୍ରୋଲ ବୋର୍ଡର ଚେୟାରମ୍ୟାନ ଜୟ ଶାହା ଏହି ସୂଚନା ଦେଇଛନ୍ତି । ଏହି ଲମ୍ବା ସିରିଜରେ ଭାରତୀୟ ଦଳ ବିଶ୍ୱକପ ବିଜେତା ଇଂଲଣ୍ଡ ବିପକ୍ଷରେ କିପରି ପ୍ରଦର୍ଶନ କରୁଛି ତାହା ଦେଖିବାର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ