Masthead

ନୀରବି ଯାଇଛି କେଶନା

ଶୁକ୍ରୁଳି(ବଡ଼ ଖବର ବ୍ୟୁରୋ): କଳା ମୁଗୁନି ପଥର କାରିଗରୀ ପାଇଁ ଦେଶ ବିଦେଶରେ ମୟୂରଭଞ୍ଜ ଜିଲ୍ଲା ଶୁକୁରୁଳି ବ୍ଲକର ଖ୍ୟାତି କିଛି କମ୍ ନୁହେଁ । ଶିଳ୍ପୀ ଗ୍ରାମ କେଶନାର ପ୍ରତିଟି ଲୋକ ସତେ ଯେପରି ଜାଣିଛନ୍ତି ଯାଦୁବିଦ୍ୟା । ନିର୍ଜୀବ ପାଷାଣକୁ ନିହାଣ ମୁନରେ ସେମାନେ କରିପାରନ୍ତି ଜୀବନ୍ତ । ମୂର୍ତ୍ତି କାରିଗରଙ୍କ ଏହି ଗାଁର ରହିଛି ସ୍ୱତନ୍ତ୍ର ପରିଚୟ । ଅଧିକାଂଶ ଲୋକ ଏହି କୁଳ ବେଉସାକୁ ଆପଣେଇ ପରିବାର ପ୍ରତିପୋଷଣ କରିଆସୁଛନ୍ତି । ରାସ୍ତାର ଦୁଇପାର୍ଶ୍ଵରେ ବର୍ଷସାରା ଭଳିକି ଭଳି ମୂର୍ତ୍ତିର ପସରା ଦେଖିବାକୁ ମିଳେ ।

ସୁନ୍ଦର ସୁନ୍ଦର ମୂର୍ତ୍ତିଗୁଡ଼ିକ ଦେଖିଲେ ପଥଚାରୀଙ୍କ ବେଗ ଧିମେଇ ଯାଏ । କଳା ମଚ ମଚ କାରୁକାର୍ଯ୍ୟ ସମ୍ପନ୍ନ ବିଭିନ୍ନ ସାଇଜ଼ର ମୂର୍ତ୍ତି ଓ ପ୍ରତିମୂର୍ତ୍ତିକୁ ଦେଖିଲେ ପଲକ ପଡେ ନାହିଁ । କିନ୍ତୁ ମହାମାରୀ କରୋନା ପ୍ରଭାବରେ ନୀରବି ଯାଇଚି ଶିଳାଶିଳ୍ପୀ ଗାଁ କେଶନା । କରୋନା କଟକଣା ପାଇଁ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ଵରୀଙ୍କ ମନ୍ଦିର ବନ୍ଦ ଥିବାରୁ ପର୍ଯ୍ୟଟକଙ୍କ ଭିଡ ନାହିଁ । ଏହି ପର୍ଯ୍ୟଟନ ଋତୁରେ କାରିଗରମାନେ ବେଶ୍ ଦି’ପଇସା ରୋଜଗାର କରି ପେଟ ପୋଷି ଥାନ୍ତି, ହେଲେ କରନା କରେଇ ଦେଉନାହିଁ । ଏବେ କାରିଗର ଓ ବ୍ୟବସାୟୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ