Masthead

ବହୁ ଚର୍ଚ୍ଚିତ କାହ୍ନୁ ଗିରଫ

ରଣପୁର(ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲାରେ ବହୁଦିନ ଧରି ଆତଙ୍କ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ କାହ୍ନୁଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ । ଦୀର୍ଘଦିନ ଧରି ପୋଲିସର ମୁଣ୍ଡବଥାର କାରଣ ପାଲଟିଥିଲା କାହ୍ନୁ । ଚାନ୍ଦପୁର ପୁଲିସ ସଙ୍ଗିନ ଅଭିଯୋଗରେ ତାଙ୍କୁ କୋର୍ଟ ଚାଲାଣ କରିଛି ।

ଟାଙ୍ଗୀର କାହ୍ନୁ ଚରଣ ପ୍ରଧାନ ଓରଫ କାହ୍ନୁ ଦୀର୍ଘବର୍ଷ ଧରି ନୟାଗଡ଼ ଜିଲ୍ଲା ରଣପୁର ଥାନା, ଚାନ୍ଦପୁର ଥାନା ଏବଂ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଞ୍ଚଳରେ କାୟା ବିସ୍ତାର କରିଥିଲା । ନିଜକୁ ହୋମ ଡିପାଟମେଣ୍ଟ ସେକ୍ରେଟେରୀ, ଶିକ୍ଷା ସଚିବ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ମନ୍ତ୍ରୀ, ନେତାଙ୍କ ପାଖଲୋକ ବୋଲି ପରିଚୟ ଦେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଖଣି ମାଫିଆଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚକମା ଦେଇ ଚାଲିଥିଲା । କିଛି ତହସିଲ, ବ୍ଲକ ଏବଂ ଚାନ୍ଦପୁର ଡାକ୍ତରଖାନାର କେତେକ କର୍ମଚାରୀଙ୍କୁ ହାତବାରିସି କରି ଆତଙ୍କରାଜ ଚଳାଇ ଆସୁଥିଲା । ଯାହାକୁ ନେଇ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ସଚ୍ଚୋଟ ସରକାରୀ କର୍ମଚାରୀ ଅତିଷ୍ଠ ହୋଇପଡ଼ିଥିଲେ ।

କେବଳ ସେତିକି ନୁହେଁ କାହ୍ନୁ ନିଜର ଭୋକ ମେଣ୍ଟାଇବାକୁ ରାଇପଡ଼ା ଗୋଷ୍ଠୀ ସଂଘର୍ଷ ମଧ୍ୟ ସୃଷ୍ଟି କରାଇଥିଲା । ଯାହାକୁ ନେଇ ଚାନ୍ଦପୁର ପୋଲିସ କାହ୍ନୁ ନାମରେ ବିଭିନ୍ନ ମାମଲା ରୁଜୁ କରାଇବାରୁ ସେ ତା’ର ପୋଷାଗୁଣ୍ଡାମାନଙ୍କୁ ଲଗାଇ ଥାନା ଅଧିକାରୀଙ୍କ ନାମରେ କୋର୍ଟରେ କେଶ୍ ଫାଇଲ କରାଇଥିଲା । ପୋଲିସ ଦୀର୍ଘ ୪ ମାସ ହେବ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା । ମଙ୍ଗଳବାର ରାତିରେ କଟକର ଏକ ସ୍ଥାନରୁ କାହ୍ନୁକୁ ଉଠାଇ ଆଣିଥିଲା ପୋଲିସ । ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନଙ୍କ ସୂଚନା ମୁତାବକ, ନୟାଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ କାହ୍ନୁକୁ ଧରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ତାଙ୍କଠାରୁ ବିଭିନ୍ନ ପରିଚୟପତ୍ର, ଏକାଧିକ ବ୍ୟାଙ୍କ ପାସବୁକ୍, ଦୁଇଟି ଲାପଟପ୍ ଏବଂ ଏକ କାର ଜବତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ