Masthead

ବହୁ ଚର୍ଚ୍ଚିତ କାହ୍ନୁ ଗିରଫ

ରଣପୁର(ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲାରେ ବହୁଦିନ ଧରି ଆତଙ୍କ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ କାହ୍ନୁଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ । ଦୀର୍ଘଦିନ ଧରି ପୋଲିସର ମୁଣ୍ଡବଥାର କାରଣ ପାଲଟିଥିଲା କାହ୍ନୁ । ଚାନ୍ଦପୁର ପୁଲିସ ସଙ୍ଗିନ ଅଭିଯୋଗରେ ତାଙ୍କୁ କୋର୍ଟ ଚାଲାଣ କରିଛି ।

ଟାଙ୍ଗୀର କାହ୍ନୁ ଚରଣ ପ୍ରଧାନ ଓରଫ କାହ୍ନୁ ଦୀର୍ଘବର୍ଷ ଧରି ନୟାଗଡ଼ ଜିଲ୍ଲା ରଣପୁର ଥାନା, ଚାନ୍ଦପୁର ଥାନା ଏବଂ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଞ୍ଚଳରେ କାୟା ବିସ୍ତାର କରିଥିଲା । ନିଜକୁ ହୋମ ଡିପାଟମେଣ୍ଟ ସେକ୍ରେଟେରୀ, ଶିକ୍ଷା ସଚିବ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ମନ୍ତ୍ରୀ, ନେତାଙ୍କ ପାଖଲୋକ ବୋଲି ପରିଚୟ ଦେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଖଣି ମାଫିଆଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚକମା ଦେଇ ଚାଲିଥିଲା । କିଛି ତହସିଲ, ବ୍ଲକ ଏବଂ ଚାନ୍ଦପୁର ଡାକ୍ତରଖାନାର କେତେକ କର୍ମଚାରୀଙ୍କୁ ହାତବାରିସି କରି ଆତଙ୍କରାଜ ଚଳାଇ ଆସୁଥିଲା । ଯାହାକୁ ନେଇ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ସଚ୍ଚୋଟ ସରକାରୀ କର୍ମଚାରୀ ଅତିଷ୍ଠ ହୋଇପଡ଼ିଥିଲେ ।

କେବଳ ସେତିକି ନୁହେଁ କାହ୍ନୁ ନିଜର ଭୋକ ମେଣ୍ଟାଇବାକୁ ରାଇପଡ଼ା ଗୋଷ୍ଠୀ ସଂଘର୍ଷ ମଧ୍ୟ ସୃଷ୍ଟି କରାଇଥିଲା । ଯାହାକୁ ନେଇ ଚାନ୍ଦପୁର ପୋଲିସ କାହ୍ନୁ ନାମରେ ବିଭିନ୍ନ ମାମଲା ରୁଜୁ କରାଇବାରୁ ସେ ତା’ର ପୋଷାଗୁଣ୍ଡାମାନଙ୍କୁ ଲଗାଇ ଥାନା ଅଧିକାରୀଙ୍କ ନାମରେ କୋର୍ଟରେ କେଶ୍ ଫାଇଲ କରାଇଥିଲା । ପୋଲିସ ଦୀର୍ଘ ୪ ମାସ ହେବ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା । ମଙ୍ଗଳବାର ରାତିରେ କଟକର ଏକ ସ୍ଥାନରୁ କାହ୍ନୁକୁ ଉଠାଇ ଆଣିଥିଲା ପୋଲିସ । ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନଙ୍କ ସୂଚନା ମୁତାବକ, ନୟାଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ କାହ୍ନୁକୁ ଧରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ତାଙ୍କଠାରୁ ବିଭିନ୍ନ ପରିଚୟପତ୍ର, ଏକାଧିକ ବ୍ୟାଙ୍କ ପାସବୁକ୍, ଦୁଇଟି ଲାପଟପ୍ ଏବଂ ଏକ କାର ଜବତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!