Masthead

ମୟୂରଭଞ୍ଜ ସାଂସଦ କେନ୍ଦ୍ରରେ ମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନମୋ  ଟିମରେ ସାମିଲ ହୋଇଛି ଓଡ଼ିଆପୁଅ ବିଶ୍ୱେଶ୍ୱର ଟୁଡୁ । ୨୦୧୯ରେ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨ ବର୍ଷ ଭିତରେ ବିଶ୍ୱେଶ୍ୱର ସାଂସଦରୁ-କେନ୍ଦ୍ରମନ୍ତ୍ରୀ ହେବା ବିସ୍ମୟ ନିଶ୍ଚୟ । କୌଣସି ବାଦ ବିବାଦରେ ଆସିନଥିବା ବିଶ୍ୱେଶ୍ୱର ଅଚାନକ ମୋଦିଙ୍କ ୟୁଥ ଟିମରେ ସାମିଲ ହୋଇ ରାଷ୍ଟ୍ରମନ୍ତ୍ରୀ ହେବା ତାଙ୍କ ବିରୋଧୀମାନଙ୍କୁ ଚକିତ କରିଛି ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାପଳରେ ଜନ୍ମଗ୍ରହଣ କରିଥିବା ବିଶ୍ୱେଶ୍ୱର ରାଜନୀତି କ୍ଷେତ୍ରରେ ସେତେ ଧୂରୀଣ ନ ହେଲେ ମଧ୍ୟ ବିଜେପିର ବହୁ ତୁଙ୍ଗନେତାଙ୍କ ସହ ତାଙ୍କର ଥିଲା ନିବିଡ ସମ୍ପର୍କ । ୫୬ ବର୍ଷିୟ ବିଶ୍ୱେଶ୍ୱର ଇଲେଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଛନ୍ତି । ପୂର୍ବରୁ ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ସମସ୍ତଙ୍କ ନଜରରେ ଆସିଥିବା ବେଳେ ଏବେ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ଘୋଷଣା ପରେ ରାଜ୍ୟରେ ଖୁସିର ଲହରି ଖେଳିଯାଇଛି ।

ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିମରେ ଥିଲେ । ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଏବଂ ପଡୋଶୀ ଜିଲ୍ଲା ମୟୂରଭଞ୍ଜରୁ ବିଶ୍ୱେଶ୍ୱରଙ୍କ ନାମ କେନ୍ଦ୍ର ମନ୍ତ୍ରିମଣ୍ଡଳ ତାଲିକାରେ ସାମିଲ୍ ହେବା ନିହାତି ସମ୍ପର୍କ ରହିଛି । ଏହି ଆଦିବାସୀ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । ସେ ସ୍ୱାଧୀନ ଭାବେ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ ବୁଝିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା