Masthead

ମୟୂରଭଞ୍ଜ ସାଂସଦ କେନ୍ଦ୍ରରେ ମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନମୋ  ଟିମରେ ସାମିଲ ହୋଇଛି ଓଡ଼ିଆପୁଅ ବିଶ୍ୱେଶ୍ୱର ଟୁଡୁ । ୨୦୧୯ରେ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨ ବର୍ଷ ଭିତରେ ବିଶ୍ୱେଶ୍ୱର ସାଂସଦରୁ-କେନ୍ଦ୍ରମନ୍ତ୍ରୀ ହେବା ବିସ୍ମୟ ନିଶ୍ଚୟ । କୌଣସି ବାଦ ବିବାଦରେ ଆସିନଥିବା ବିଶ୍ୱେଶ୍ୱର ଅଚାନକ ମୋଦିଙ୍କ ୟୁଥ ଟିମରେ ସାମିଲ ହୋଇ ରାଷ୍ଟ୍ରମନ୍ତ୍ରୀ ହେବା ତାଙ୍କ ବିରୋଧୀମାନଙ୍କୁ ଚକିତ କରିଛି ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାପଳରେ ଜନ୍ମଗ୍ରହଣ କରିଥିବା ବିଶ୍ୱେଶ୍ୱର ରାଜନୀତି କ୍ଷେତ୍ରରେ ସେତେ ଧୂରୀଣ ନ ହେଲେ ମଧ୍ୟ ବିଜେପିର ବହୁ ତୁଙ୍ଗନେତାଙ୍କ ସହ ତାଙ୍କର ଥିଲା ନିବିଡ ସମ୍ପର୍କ । ୫୬ ବର୍ଷିୟ ବିଶ୍ୱେଶ୍ୱର ଇଲେଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଛନ୍ତି । ପୂର୍ବରୁ ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ସମସ୍ତଙ୍କ ନଜରରେ ଆସିଥିବା ବେଳେ ଏବେ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ଘୋଷଣା ପରେ ରାଜ୍ୟରେ ଖୁସିର ଲହରି ଖେଳିଯାଇଛି ।

ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିମରେ ଥିଲେ । ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଏବଂ ପଡୋଶୀ ଜିଲ୍ଲା ମୟୂରଭଞ୍ଜରୁ ବିଶ୍ୱେଶ୍ୱରଙ୍କ ନାମ କେନ୍ଦ୍ର ମନ୍ତ୍ରିମଣ୍ଡଳ ତାଲିକାରେ ସାମିଲ୍ ହେବା ନିହାତି ସମ୍ପର୍କ ରହିଛି । ଏହି ଆଦିବାସୀ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । ସେ ସ୍ୱାଧୀନ ଭାବେ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ ବୁଝିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା