Masthead

ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ଓଡ଼ିଶାରେ ସ୍ୱାଗତ

ଗଜପତି(ବଡ଼ ଖବର ବ୍ୟୁରୋ): ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ଓଡ଼ିଶାରେ ସମ୍ବର୍ଦ୍ଧନା । ପ୍ରତିବାଦ କଲେ ବିଜେପି, କଂଗ୍ରେସ । ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ସିଧି ଆପଲା ରାଜୁ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗୋଷାଣୀ ବ୍ଳକ ଅଧ୍ୟକ୍ଷଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଯାହାର ପ୍ରତିବାଦ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ୨୦୨୧ ମସିହା ସେପ୍ଟେମ୍ବର ମାସରେ ଗଜପତି ଜିଲ୍ଲାର ସୀମାନ୍ତ ବିବାଦୀୟ ଅଞ୍ଚଳ ଗଙ୍ଗାବାଡ଼ ମାଣିକପାଟଣା ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ନେଇ ଉଠିଥିବା ବିବାଦରେ ଗଜପତି ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଆନ୍ଧ୍ର ମନ୍ତ୍ରୀ ନିଜ ଦଳବଳ ଓ କିଛି ଆନ୍ଧ୍ର ସରକାରୀ ଅଧିକାରୀଙ୍କୁ ଧରି ଧସେଇ ପଶି ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧିଙ୍କୁ ଧମକ ଦେବା ସହ ଅସଭ୍ୟ ବ୍ୟବହାର କରିଥିଲେ। ଯାହାକୁ ନେଇ ସେହି ସମୟରେ ବିବାଦୀୟ ପରିସ୍ଥିତି ସହ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ଘଟଣାକୁ ସେହି ସମୟରେ ରାଜ୍ୟସ୍ତରୀୟ ନେତୃବୃନ୍ଦ ମଧ୍ୟ ତିବ୍ର ସମାଲୋଚନା କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ହେଲେ ସୀମା ବିବାଦ ଘଟଣାରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ଆଜି ଗୋଷାଣୀ ବ୍ଳକ ଅଧ୍ୟକ୍ଷ ଭିର ରାଜୁ ବିବାଦୀୟ ମନ୍ତ୍ରୀଙ୍କୁ ନିଜ ବ୍ଳକକୁ ଆମନ୍ତ୍ରଣ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିବ୍ର ନିନ୍ଦା କରିବା ସହ ଗତ ଦିନରେ ଆନ୍ଧ୍ରର ବିବାଦୀୟ ମନ୍ତ୍ରୀଙ୍କୁ ଶାସକ ଦଳର ନେତା ହୋଇ ପାଛୋଟି ନେବାର ପଛରେ କାରଣ କ’ଣ ରହିଛି ବୋଲି ପ୍ରଶ୍ନ କରିଛି । ଘଟଣାର ତଦନ୍ତ କରି ତୁରନ୍ତ ବ୍ଳକ ଅଧ୍ୟକ୍ଷ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରଖିଛି। ନଚେତ୍ ଆଗାମୀ ଦିନରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ ।

ସେହିଭଳି ସମାନ ଅଭିଯୋଗ କରିଛି ଗଜପତି ଜିଲ୍ଲା ବିଜେପି । ବିଜେପି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କହିଛନ୍ତି ଗତ ୨୦୨୧ ସେପ୍ଟେମ୍ବର ମାସରେ ଆନ୍ଧ୍ର ମନ୍ତ୍ରୀ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମର ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ ସେତେବେଳେ ରାଜ୍ୟ ସରକାର କିମ୍ବା ବିଜେଡିର ରାଜ୍ୟ ସ୍ଥରୀୟ ନେତୃବୃନ୍ଦ କେହି ଘଟଣାକୁ ଗୁରୁତର ସହ ନେଇନଥିଲେ । ଆନ୍ଧ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ସରଣାପନ୍ନ ହୋଇଛନ୍ତି । ଆନ୍ଧ୍ର ସୀମାରେ ଯେକୌଣସି ବେଆଇନ କାରବାର କିମ୍ବା ଜଳ, ଜମି , ଜଙ୍ଗଲ ଲୁଟିନେଲେଭି କେବଳ ନିରୋବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରିବାସହ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ