Masthead

ସୁଦାମ ବନାମ ନବ ଲେଢଇରେ ବାଜି ମାରିନେବ କି ଜେଏମଏମ

ମୟୂରଭଞ୍ଜ(ବଡ଼ ଖବର ବ୍ୟୁରୋ): ଦେଶ ଓ ରାଜ୍ୟର ନଜରରେ ମୟୂରଭଞ୍ଜ । ରାଷ୍ଟ୍ରପତିଙ୍କ ସଂସଦୀୟ କ୍ଷେତ୍ରରେ ହେବ ବିଗ୍ ଫାଇଟ । ସାଂସଦ ପାଇଁ ଲଢୁଛନ୍ତି ବିଧାୟକ । ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେଡି ଏବଂ ବିଜେପି ମଇଦାନକୁ ଓହ୍ଲାଇଛନ୍ତି ୧୯ରେ ନିର୍ବାଚିତ ଏମଏଲଏଙ୍କୁ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ବାଦ୍ ଦେଇ ନିଜର ଦଖଲରେ ରଖିବା ପାଇଁ ରାଇରଙ୍ଗପୁରର ବିଧାୟକ ନବଚରଣ ମାଝୀଙ୍କୁ ବିଜେପି କରିଛି ପ୍ରୋଜେକ୍ଟ । ୧୯ରେ ଏହି ସଂସଦୀୟ କ୍ଷେତ୍ର ହାତରୁ ଚାଲି ଯାଇଥିବାରୁ ଚଳିତ ନିର୍ବାଚନରେ ରିକ୍ସ ନ ନେଇ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କ ଉପରେ ଭରଷା କରିଛନ୍ତି ସୁପ୍ରିମ ନବୀନ ପଟ୍ଟନାୟକ । ଉଭୟ ନେତା କେହି କାହାଠୁ କମ୍ ନୁହନ୍ତି । ବିଧାନସଭାରେ ଦୁଇ ନେତା ନିଜର ପତିଆରା ବେଶ ଜାହିର କରନ୍ତି । ଏବେ ସଂସଦ ପାଳି । କିଏ କାହାକୁ ଦେବ ଟକ୍କର ।

ସୁଦାମଙ୍କ ପାଇଁ ହୁଏତ ନୂଆ ନୁହେଁ । ୨୦୦୪ରେ ଜେଏମଏମରୁ ସେ ସଂସଦକୁ ନିର୍ବାଚିତ ହୋଇସାରିଛନ୍ତି କିନ୍ତୁ ପୂର୍ବ ଦଳ ଜେଏମଏମ ତାଙ୍କ ପାଇଁ ସୃଷ୍ଟି କରିପାରେ ଅଡୁଆ । ଚଳିତ ନିର୍ବାଚନରେ ଜେଏମଏମରୁ ସାଂସଦ ପ୍ରାର୍ଥୀ ସୁଦାମଙ୍କ ପାଇଁ ମୁଣ୍ଡ ବିନ୍ଧା ପାଲଟିପାରନ୍ତି । ଯେହେତୁ ରାଜ୍ୟରେ ଇଣ୍ଡିଆ ମେଣ୍ଟ ଗଠନ ହୋଇଛି । ଗଠବନ୍ଧନର ଦଳ ଗୁଡିକ ଉଭୟ ଉଭୟଙ୍କୁ କରୁଛନ୍ତି ସହଯୋଗ । ଯାହାକୁ ନେଇ ସୁଦାମ ମଧ୍ୟ ନୂଆ ରଣନୀତି ଆରମ୍ଭ କରିଦେଲେଣି । ନବ ମଧ୍ୟ ନାହାନ୍ତି ପଛରେ, ସେ ତାଙ୍କର ସୈନ୍ୟସାମନ୍ତଙ୍କୁ ସାଥୀରେ ଧରି ଦେଲେଣି ବିଦ୍ରୋହର ଡାକରା । ଗଡ ରକ୍ଷା ପାଇଁ କରୁଛନ୍ତି ପ୍ରାଣପ୍ରଣେ ଉଦ୍ୟମ । ନିର୍ବାଚନରେ ହୁଏତ ନବାଗତ ନୁହନ୍ତି କିନ୍ତୁ ସାଂସଦ ପ୍ରାର୍ଥୀ ଭାବରେ ଯେହେତୁ ଅଭିଜ୍ଞଙ୍କୁ କରିବେ ୨୪ରେ କରୁଛନ୍ତି ସାମ୍ନା ସେଥିପାଇଁ ରିକ୍ସ ନେବାକୁ କି ଦଳ ତାଙ୍କ ଉପରେ କରିଥିବା ଭରଷାକୁ ଭାଙ୍ଗିବାକୁ ଚାହୁଁ ନାହାନ୍ତି । ୨୦୨୪ରେ ମୟୂରଭଞ୍ଜ ସାଂସଦୀୟ ଜନତା କାହାକୁ ବାଛିବେ ନିଜର ସାଂସଦ, ତାହା ଜୁନ୍ ୪ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା