Masthead

‘ଜୟ ଶ୍ରୀରାମ’ କହିବାରୁ ମାଡ ମାରି ଲହୁଲୁହାଣ

ବାଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): ‘ଜୟ ଶ୍ରୀ ରାମ’ ନାରା ଦେବା ହେଲା କାଳ । ୩ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ୪ ଯୁବକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍ଗାଲୁରୁ ଚିକ୍କାୱେଟାହଲ୍ଲି ଅଞ୍ଚଳରେ । ପୋଲିସ ଯୁବକମାନଙ୍କୁ ଗିରଫ କରିଛି । ଘଟଣା ଥିଲା କିଛି ଏମିତି । ଆକ୍ରମଣର ଶିକାର ହୋଇଥିବା ୩ ଜଣ ହେଲେ ପବନ କୁମାର, ରାହୁଲ ଓ ବିନାୟକ ।

ଜୟ ଶ୍ରୀରାମ ନାରା ଦେଇ ବାଙ୍ଗାଲୁରର ଚିକ୍କାୱେଟାହଲ୍ଲି ଅଞ୍ଚଳରେ ଏକ କାର୍‌ରେ ଯାଉଥିଲେ। ଏହାଦେଖି ବାଇକ୍‌ରେ ଯାଉଥିବା ଦୁଇ ଜଣ ଯୁବକ ଫରମାନ ଓ ସମୀର ତାଙ୍କୁ ଅଟକାଇ ଏପରି ନାରା ଦେବାକୁ ବାରଣ କରିଥିଲେ।। ଯାହାକୁ ନେଇ ରାସ୍ତା ଉପରେ ଆରମ୍ଭ ହୋଇଥିଲା ମହାଭାରତ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା। କିଛି ସମୟ ପରେ ଫରମାନ ଓ ସମୀର ଉକ୍ତ ୩ ଯୁବକଙ୍କୁ ପ୍ରବଳ ପିଟିଥିଲେ। ଏହି ଆକ୍ରମଣରେ ଆଉ ଦୁଇ ନାବାଳକ ବି ସାମିଲ ହୋଇଥିଲେ।

ଏହି ଆକ୍ରମଣରେ ରାହୁଲ ଓ ପବନ କୁମାର ଗୁରୁତର ହୋଇ ପଡ଼ିଥିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାଯାଇଛି। ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଫରମାନ ଓ ସମୀରଙ୍କୁ ବାନ୍ଧିଥିବା ବେଳେ ଦୁଇ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା