Masthead

ୟୁକ୍ରେନ ଉପରେ ଋଷର ମିଶାଇଲ ମାଡ଼, ୧୭ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କିଛି ଦିନର ନୀରବତା ପରେ ପୁଣିଥରେ ଉଗ୍ର ରୂପ ଦେଖାଇଛି ଋଷ । ୟୁକ୍ରେନ ଉପରେ ଜୋରଦାର ମିସାଇଲ ମାଡ଼ କରିଯୁଦ୍ଧ ପାଇଁ ରଣହୁଙ୍କାର ଦେଇଛି । ୟୁକ୍ରେନର ଚେର୍ନିହିଭ ସହରକୁ ଟାରର୍ଗେଟ କରିଛି ଋଷ ୩ଟି ମିସାଇଲ ମାଡ଼ କରିଛି । ଏହି ଆକ୍ରମରରେ ୟୁକ୍ରେନର ୧୭ ଜଣ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାବ୍ୟତୀତ ପାୟ ୬୦ରୁ ଅଧିକ ଲୋକ ମିସାଇଲ ମାଡ଼ର ଶିକର ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଚେର୍ନିହିଭ୍‌ ୟୁକ୍ରେନର ରାଜଧାନୀ କ୍ୱିଭଠାରୁ ୧୫୦ କିମି ଦୂରରେ ଅବସ୍ଥିତ ଥିବା ବେଳେ ଏହା ଋଷ ଓ ବେଲାଋଷ ସୀମା ନିକଟରେ ଅବସ୍ଥିତ । ଚେର୍ନିହିଭ୍‌ରେ ଥିବା ଏକ ୮ ମହଲା ବିଲ୍ଡିଂ ଉପରକୁ ଅତର୍କିତ ଭାବେ ଋଷ ମିଶାଇଲ ମାଡ଼ କରିଥିଲା। ଏହି ଆକ୍ରମଣରେ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିବା ବେଳେ ଘଟଣାସ୍ଥଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଗୁରୁତର ହୋଇଥିବା ୬୦ ଜଣଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏ ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେସ୍କି କହିଛନ୍ତି, ଆମ ପାଖରେ ମହଜୁଦ ଥିବା ସମସ୍ତ ବାୟୁ ରକ୍ଷା ଉପକରଣ ଶେଷ ହୋଇ ଗଲାଣି। ତେଣୁ ଅଧିକରୁ ଅଧିକ ବାୟୁ ପ୍ରତିରକ୍ଷା ସିଷ୍ଟମ ପ୍ରଦାନ ନିମନ୍ତେ ପଶ୍ଚିମ ଦେଶମାନଙ୍କୁ ଅନୁରୋଧ କରାଯାଇଛି। ଆମ ପାଖରେ ପର୍ୟ୍ୟାପ୍ତ ପରିମାଣର ବାୟୁ ରକ୍ଷା ଉପକରଣ ଥିଲେ, ମିଶାଇଲ ତଥା ଡ୍ରୋନ ଆକ୍ରମଣକୁ ପ୍ରତିହତ କରାଯାଇ ପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ