Masthead

ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ

ସୋର (ବଡ଼ ଖବର ବ୍ୟୁରୋ):ଜଳି ଗଲା ଧାନ ବଦାଡି । ସର୍ବସ୍ୱ ହରାଇଲା ଚାଷୀ । ମେସିନରେ ଧାନ ଅମଳକୁ ନେଇ ଘଟିଲା ଅଘଟଣ। ଜଳି ପାଉଁଶ ହୋଇଗଲା ୫ ଏକର ଜମିର ଧାନ । ଏଭଳି ଘଟଣା ଦେଖିବାକୁ ମିଳିଛି ମଇତାପୁର ଅଞ୍ଚଳରେ। ସୂଚନା ଅନୁଯାୟୀ ସିମୁଳିଆ ବ୍ଲକ୍ ମଇତାପୁର ଅଞ୍ଚଳର ସୁବାଷ ବାରିକଙ୍କ ଖଳାରେ ମେସିନ ସାହାଯ୍ୟ ଧାନ ପିଟୁ ଥିବା ବେଳେ ହଠାତ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକେ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ । ନିଆଁ ଲିଭାଇବା ପାଇଁ ଭଦ୍ରକ ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା। ଭଦ୍ରକ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ସୁବାଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବସୁମତୀ ଧାନ ଚାଷ କରିଥିବା ବେଳେ ଅମଳ ସମୟରେ ନିଆଁ ଲାଗି ସବୁ କିଛି ଛାରଖାର ହୋଇଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ