Before Header

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଏସିଡ ମାଡ଼

0 557

ବ୍ରହ୍ମଗିରି (ବଡ଼ ଖବର ବ୍ୟୁରୋ):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପ-ପୁଅଙ୍କୁ ଏସିଡ ମାଡ଼ । ଗୁରୁତର ବାପ-ପୁଅଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଉଆସପଦର ଗ୍ରାମରେ । ଏହି ଗ୍ରାମର ସନ୍ତୋଷ ମହାରଣା ଓ ଅଧିକାରୀ ତରାଇଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ରକରି ପୂର୍ବରୁ ବିବାଦ ରହିଥିଲା । ତେବେ ଆଜି ଅଧିକାରୀ ତରାଇ ଓ ତାଙ୍କ ପୁଅ ରାଜେନ୍ଦ୍ର ତରାଇ ବିଲରେ କାମ କରୁଥିବା ସମୟରେ ସନ୍ତୋଷ ମହାରଣା ଉଭୟ ବାପ-ପୁଅଙ୍କୁ ଏସିଡ ଦ୍ୱାରା ଆକ୍ରମଣ କରିଥିଲେ । ଏସିଡ ଆକ୍ରମଣରେ ଆହତ ଉଭୟ ବାପ-ପୁଅଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଦୁହିଁଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ଉଭୟଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ତେବେ ଏ ନେଇ ଅଧିକାରୀ ତରାଇଙ୍କ ପରିବାର ତରଫରୁ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି ଓ ଅଭିଯୋଗ ଆଧାରରେ କୃଷ୍ଣପ୍ରସାଦ ଥାନା ପୋଲିସ ସନ୍ତୋଷ ମହାରଣାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.