Masthead

ମନ୍ତ୍ରୀ ଠକି ଦେଲେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉପନିର୍ବାଚନ ପ୍ରଚାର ବେଳେ ହେଉଛି ମେଲୋଡି । ହୋଟେଲ ଓ ବଜାରରେ ଲୋକଙ୍କ ଭିଡ଼ ଲାଗିରହିଛି । ସବୁ କ୍ଷେତ୍ର ସ୍ୱାଭାବିକ ହେଲାଣି । କିନ୍ତୁ ମନ୍ଦିର ଖୋଲୁନି । ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଉନାହାନ୍ତି । ଦର୍ଶନ ପାଇଁ ସେମାନଙ୍କ ମନରେ ରହିଛି ପ୍ରବଳ ବ୍ୟାକୁଳତା । ଭକ୍ତ ଆସୁ ନ ଥିବାରୁ ଦି’ ପଇସା ମିଳୁନାହିଁ । ପରିବାର ଚଳାଇବା କଷ୍ଟକର ହୋଇପଡିଲାଣି । ତୁରନ୍ତ ମନ୍ଦିର ଖୋଲାଯାଉ । ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦିଆଯାଉ । ଏଭଳି ଦାବି ନେଇ ଆଜି ଓଡ଼ିଶା ମନ୍ଦିର ସେବାୟତ ସଂଘର ସଦସ୍ୟ ଓ କର୍ମକର୍ତ୍ତାମାନେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଥିଲେ । ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଇ ଦୁଃଖ ଜଣାଇବା ସେମାନଙ୍କର ଥିଲା ମୁଖ୍ୟ ଉଦ୍ଦେଶ୍ୟ ।


ସଂଘର ସଦସ୍ୟ ଓ କର୍ମକର୍ତ୍ତାମାନେ ମାଷ୍ଟର କ୍ୟାଣ୍ଟିନ ଛକରେ ସେଠାରୁ ଧାରଣାସ୍ଥଳ ପର୍ଯ୍ୟନ୍ତ ଘଣ୍ଟ ବଜାଇ ପ୍ରତିବାଦ ଯାତ୍ରାରେ ବାହାରିଥିଲେ । ବାଟରେ ଅଟକାଇଥିଲା ପୋଲିସ । ଆଇନ ମନ୍ତ୍ରୀଙ୍କ ସହ କଥା କରାଇ ଦେବେ ବୋଲି ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରତିଶ୍ରୃତି ଦେଇଥିଲେ । ପୋଲିସ କଥାକୁ ବିଶ୍ୱାସ କରିନେଇଥିଲେ ନୀରିହ ବ୍ରାହ୍ମଣମାନେ । ବିଧାନସଭା ନିକଟସ୍ଥ ପୋଲିସ ପୋଷ୍ଟରେ ବ୍ରାହ୍ମଣମାନଙ୍କୁ ବସାଇ ଦିଆଯାଇଥିଲା ।

ବିତିଗଲା ଦୀର୍ଘ ସମୟ । ପୂର୍ବାହ୍ନରୁ ମଧ୍ୟାହ୍ନ । ମଧ୍ୟାହ୍ନରୁ ଅପରାହ୍ନ । ମନ୍ତ୍ରୀ ଆସିଲେ ନାହିଁ । ଦେଇଥିବା ପ୍ରତିଶ୍ରୃତି ଭୁଲିଗଲା ପୋଲିସ । କାଳେ ବ୍ରାହ୍ମଣମାନେ ବିଧାନସଭା ମୁହାଁ ହେବେ ପୋଲିସ ଅସ୍ତ୍ରଶସ୍ତ୍ର ସହ କେବଳ ଜଗି ରହିଲା । ବିଚରା ବ୍ରାହ୍ମଣମାନେ ମନ୍ତ୍ରୀଙ୍କୁ ଅପେକ୍ଷା କରି କରି ହତାଶ ହୋଇ ପଡିଲେ । ରାଜଧାନୀ ଛାଡିବା ପୂର୍ବରୁ କହିଲେ ମନ୍ତ୍ରୀ ଠକିଦେଲେ । ଆଲୋଚନାକୁ ଆସିଲେ ନାହିଁ । ବୋଧହୁଏ ମନ୍ଦିର ଖୋଲିଲେ ଲାଗିଯିବ ମନ୍ତ୍ରୀଙ୍କୁ ପାପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା